ଜିଲ୍ଲା ପରିକ୍ରମା

ରାସ୍ତା ମରାମତି ପାଇଁ ଇଚ୍ଛାପୁର-ବରଗଡା ଓ କଷଟି ଗ୍ରାମର ଲୋକେ ବିଧାୟକଙ୍କୁ ଭେଟିଲେ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦେଶ ସ୍ୱାଧୀନ ହେବାର ୭୦ ଦଶକ ଛୁଇଁଲାଣି। ହେଲେ ଭଦ୍ରକ ଜିଲା ଧାମନଗର ନିର୍ବାଚନୀ ମଣ୍ଡଳର ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଇଚ୍ଛାପୁର-ବରଗଡା ଓ କଷଟି ଗ୍ରାମର ଲୋକେ ଏବେବି ଯାତାୟତର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ପଞ୍ଚାୟତ ଅଧୀନରେ ଥିବା ଆରଡି ରୋଡ୍ ବରଗଡା ଠାରୁ କୋରୁଆ କେନାଲ ବନ୍ଧ ପର୍ଯ୍ୟସ୍ତ ୨ କିମି ରାସ୍ତା ମରାମତି ଅଭାବରୁ ଏବେ ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଲୋକେ ଗ୍ରାମପଞ୍ଚାୟତ ଅଫିସ୍, ଗୋବିନ୍ଦପୁର ହାଟ, ବଜାର ଓ କୋରୁଆ କଣ୍ଟ୍ରୋଲ ଦୋକାନକୁ ଯିବାପାଇଁ ଅସରାଏ ବର୍ଷାରେ ବହୁ ହନ୍ତସନ୍ତ ହେଉଛନ୍ତି। ଇଚ୍ଛାପୁର ଗ୍ରାମରୁ ପ୍ରତିଦିନ ପାଠ ପଢିବା ପାଇଁ ମଧ୍ୟଇଂରାଜୀ ଠାରୁ କଲେଜ ପର୍ଯ୍ୟନ୍ତ ପ୍ରାୟ ଶତାଧିକ ପିଲା ବାହାର ବିଦ୍ୟାଳୟ ଓ କଲେଜକୁ ଯା’ ଆସ କରନ୍ତି। ଇଚ୍ଛାପୁର ଗ୍ରାମରୁ ପ୍ରତିବର୍ଷ ଟନ୍ ଟନ୍ ଧାନ, ଫଳ ଫସଲ, ଛତୁ, ଛେନା ଭଳି ସାମଗ୍ରୀ ବାହାରରୁ ରପ୍ତାନୀ ହୁଏ। ମାତ୍ର ଉପରୋକ୍ତ ରାସ୍ତାର ଅବସ୍ଥା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ତାହା ପାଦଚଲା ଯୋଗ୍ୟ ମଧ୍ୟ ହୋଇରହିନାହିଁ। ବିଭିନ୍ନ ବିପଦ ସମୟରେ ଏହି ଗ୍ରାମକୁ ଆମ୍ବୁଲାନ୍ସ ଓ ଦମକଳଟିଏ ଆସିବା ସମ୍ଭବପର ହୋଇପାରୁନାହିଁ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ପୂର୍ବରୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହା ନିରର୍ଥକ ହୋଇଛି। ଏଣୁ ଏବେ ଗ୍ରାମବାସୀମାନଙ୍କ ମଧ୍ୟରେ ବିଦ୍ୟାଧର ପ୍ରଧାନ, ପ୍ରଦୀପ ଜେନା, ସନାତନ ଜେନା, ଶତ୍ରୁଜିତ୍ ଜେନା, ନିର୍ମଳ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ଜେନା, ଧରମା ଜେନା, ଈଶ୍ୱର ଜେନା, ସୁଶାନ୍ତ କୁମାର ସ୍ୱାଇଁ, ସୋମନାଥ ରାଉତ ପ୍ରମୁଖ ଏହି ସମସ୍ୟା ସଂପର୍କରେ ସ୍ଥାନୀୟ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସାକ୍ଷାତ୍ କରି ସେମାନଙ୍କର ଏହି ସମସ୍ୟାକୁ ନେଇ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଏବଂ ପ୍ରାୟ ୨ କିମି ଧରି ନଷ୍ଟ ହୋଇଥିବା ଏହି ରାସ୍ତାର ମରାମତି ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top