ଜିଲ୍ଲା ପରିକ୍ରମା

ରାସ୍ତା ମରାମତି ଦାବିରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୭ ନଂ ୱାର୍ଡର ଚନ୍ଦନବଜାର ଠାରୁ ଆର୍ଏମ୍ସି ମାର୍କେଟ ଗେଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ମରାମତି ଦାବି କରିି ଆଜି ଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥର ଆର୍ଏମ୍ସି ଗେଟ ସମ୍ମୁଖ ରାସ୍ତା ଅବରୋଧ କରାଯାଇଥିଲା । ସକାଳେ ଶହ ଶହ ସଂଖ୍ୟାରେ ପୁରୁଷ ମହିଳା ରାସ୍ତାରେ ବସି ରହି ଯାନବାହନ ଚଳାଚଳ ବନ୍ଦ କରିଥିଲେ । ଯାହା ଫଳରେ ଆଜି ଚାନ୍ଦବାଲି, ତିହିଡି ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପ୍ରକାଶ ଯେ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ସହ ଲୋକଙ୍କ ଯାତାୟତ ହେଉଛି । ଏହି ରାସ୍ତାଟି ଗମନାଗମନ ଅନୁପଯୋଗୀ ହୋଇ ପଡିଛି । ଖାଲ ଢିପରେ ପଡି ସାଧାରଣ ଲୋକଙ୍କ ସହ ବାଇକ ଆରୋହୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ନିରବ ରହୁଛି । ଯାହାର ପ୍ରତିବାଦରେ ପୂର୍ବତନ ବିଧାୟକ ନରେନ ପଲେଇ, କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, କାଉନସିଲର ଆସରଫ ଅଲ୍ଲୀ ଖାଁ, ସେକ୍ ସମଦାନୀ, ବିଜେପି ନେତା ଡାକ୍ତର ପ୍ରଦିପ ନାୟକ, ବିଦ୍ୟାଧର ସାହୁ, ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ,  ଅଖ୍ତର ଅଲ୍ଳୀ ଖାଁ, ସେକ କାଲାମ ପ୍ରମୁଖ ସାମିଲ ହୋଇଥିଲେ । ପରେ ଉକ୍ତ ରାସ୍ତାକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ମରାମତି କରାଯିବାର ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top