ଜିଲ୍ଲା ପରିକ୍ରମା

ରାସ୍ତା ମରାମତି ଦାବିରେ ଆମ୍ ଆଦ୍ମୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସହର ସମେତ ପାଶ୍ୱର୍ବର୍ତ୍ତୀ ଗ୍ରାମର ବିଭିନ୍ନ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି । ବିଶେଷ କରି ଭଦ୍ରକ ବାଇପାସ୍ ଠାରୁ ଡାହାଣିଗଡିଆ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତା କଣ୍ଟ୍ରାକ୍ଟରମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଧିମାରେ ଚାଲିଛି । ଆଗକୁ ଭଦ୍ରକର ପ୍ରସିଦ୍ଧ କାଳୀପୂଜା ମେଳା ଆସୁଥିବାରୁ ଏହା ପୂର୍ବରୁ ଏହି ରାସ୍ତାର ଗୋଟିଏ ପାଶ୍ୱର୍ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ଏହା ବ୍ୟତୀତ ରାସ୍ତାର ଅନ୍ୟ ପାଶ୍ୱର୍ରେ ବହୁ ଅଧିକ ସଂଖ୍ୟାରେ ଗାଡିମୋଟର ଯାତାୟତ ଯୋଗୁ ସେ ରାସ୍ତାରେ ବହୁ ସଂଖ୍ୟାରେ ଗର୍ତ୍ତ ସୃଷ୍ଟି ହୋଇ ଯାତାୟତରେ ବାଦା ସୃଷ୍ଟି କରୁଛି । ଏହି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଗେଲପୁର ନିକଟରେ ୧୬ ନଂ ଜାତୀୟ ରାଜପଥ ଠାରେ ଭଦ୍ରକ ସହରକୁ ପ୍ରବେଶ ଓ ପ୍ରସ୍ଥାନ ଉଭୟ ପାଶ୍ୱର୍ର ଆପ୍ରୋଚ ରୋଡ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି । ଏହାର ମରାମତି କରାଯିବା, ଭଦ୍ରକ ଗାର୍ଲ୍ସ ହାଇସ୍କୁଲ ନିକଟ ମାଛ ମାର୍କେଟ ଠାରେ ସହର ମଧ୍ୟରୁ ଯାଇ ଆପ୍ରୋଚ ରୋଡକୁ ସଂଯୋଗ କରୁଥିବା ରାସ୍ତା, ଭଦ୍ରକ ବନ୍ତଛକ ଠାରୁ ଫେକର ଗେଟ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଅଗମ୍ୟ ହୋଇଛି । ଏହାର ମରାମତି କରାଯିବା ଅପରିହାର୍ଯ୍ୟ ହୋଇ ପଡିଛି । ତୁରନ୍ତ ଉକ୍ତ ରାସ୍ତାର ମରାମତି କରା ନ ଗଲେ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଗଣଆନେ୍ଦାଳନ କରାଯିବ ବୋଲି ପାର୍ଟିର ରାକେଶ ପଣ୍ଡା, ବିକାଶ ଜେନା, ସୁରେଶ ମହାପାତ୍ର, ଦେବାଶିଷ ମହାପାତ୍ର ପ୍ରମୁଖ ଜିଲ୍ଳାପାଳଙ୍କୁ ଦାବିପତ୍ର ଦେଇ ଚେତବାନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top