ରାସ୍ତା ମରାମତି କଲେ ଗ୍ରାମବାସୀ

ବଣାଇଁ: ୧୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସରକାରୀ ଯୋଜନା ଫେଲ ମାରିଥିବା ବେଳେ ତିନୋଟି ଗ୍ରାମର ଯୁବକ ଏକାଠି ହୋଇ ରାସ୍ତା ମରାମତି କରିବା ସମସ୍ତଙ୍କ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଉନ୍ନୟନମୂଳକ ଯୋଜନାରେ ଯେଉଁ ଗ୍ରାମ ଗୁଡ଼ିକ ସୁଗମ ଯାତାୟତରୁ ବଂଚିତ ହେଉଛନ୍ତି ସେ ସବୁ ଗ୍ରାମ ମାନଙ୍କୁ ମନରେଗା ଯୋଜନା ମାଧ୍ୟମରେ ମାଟି ରାସ୍ତା ର୍ନିମାଣ କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଏହା ଫଳରେ ସେହି ଅଂଚଳର ଗରିବ ମୂଳିଆ ଲୋକ ମାନେ କାମ ମଧ୍ୟ ପାଇପାରିବେ। କିନ୍ତୁ ଆଜି ଅନେକ ଗ୍ରାମ ରହିଛି, ଯେଉଁ ଗ୍ରାମକୁ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ଯୋଜନାରେ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ। ମନରେଗା ଯୋଜନାରେ ମାଟି ଭାରଟିଏ ମଧ୍ୟ ପଡ଼ିନାହିଁ। ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଣା, ବନଡିହି ବାନ୍ଧନନାଳି, ଗଦାପାଲି ଗ୍ରାମର ଲୋକମାନେ ବିଭିନ୍ନ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି। ଲୋକ ମାନଙ୍କ ଯାତାୟତ ପାଇଁ ରାଜାମୁଣ୍ଣା ବାଇପାସ ୧୪୩ ନମ୍ବର ଜାତୀୟ ରାଜପଥରୁ ଏକ ମାଟି ରାସ୍ତା ଯାଇଛି। ଯାହାକି ମରଣଯନ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଛଡ଼ା ଏକ ବିକଳ୍ପ ରାସ୍ତା ବଡ଼ପୁରୁଣାପାଣିରୁ ଗଦାପାଲିକୁ ଯାଇଛି। ସେହି ରାସ୍ତା ଉପରେ ସରକାରୀ ଦୃଷ୍ଟି ଏଯାଏ ପଡ଼ି ପାରିନାହିଁ। ଫଳରେ ରାସ୍ତାରେ ଯିବା ଆସିବା ଅଥୟ ହେବା କାରଣରୁ ଗ୍ରାମର ଯୁବକ ମାନେ ସଂଘବଦ୍ଧ ହୋଇ ରାସ୍ତା ମରାମତି କରିଥିବା ଜଣାପଡ଼ିଛି। ଯାହାକି ଅନ୍ୟ ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *