ଓଡ଼ିଶା

ରାସ୍ତା ମରାମତିକୁ ୬ମାସ ପୁରିଲାନି , ରାସ୍ତା ଦବି ବାହରୁଛି କାଦୁଅ, ବେହାଲ ହେଉଛି ଗମନାଗମନ

ବାହାନଗା/ବାଲେଶ୍ୱର,୨୦/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ଗ୍ରାମାଞ୍ଚଳରେ ଗମନାଗମନା ସୁବିଧା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ରାସ୍ତାଘାଟ ନିର୍ମାଣରେ କୋଟିକୋଟି ଟଙ୍କା ବ୍ୟୟବରାତ କରୁଛନ୍ତି । ହେଲେ ରାସ୍ତା ନିର୍ମାଣ ହେବାର ୬ମାସ ନଯାଉଣୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଛି । ଫଳରେ ସୁବିଧା ଗମନାଗମନକୁ ଆଶା ବାନ୍ଧିଥିବା ଜନ ସାଧାରଣଙ୍କ ଅବସ୍ଥା ମଧ୍ୟ ବେହାଲ ହେଉଛି । ନିମ୍ନମାନର ରାସ୍ତା ନିର୍ମାଣରେ ସିଂହଭାଗ ଅର୍ଥ ବାଟମାରଣା ହେଉଥିବାର ବାରମ୍ବାର ଅଭିଯୋଗ ମଧ୍ୟ ଉଠିଥାଏ । ଏଭଳି ଏକ ରାସ୍ତା ବାଲେଶ୍ୱରର ଖନ୍ତାପଡ଼ା ରେଲୱ ଷ୍ଟେସନରୁ ଶ୍ରୀଜଙ୍ଗ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଉକ୍ତ ରାସ୍ତାଟି ୮କିମି ଦୁରତା ବିଶିଷ୍ଟ ହୋଇଥିବା ବେଳେ ଆର୍ ଡି ବିଭାଗ ତରଫରୁ ୪କୋଟି ୬୭ଲକ୍ଷ ୬୩ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଇଥିଲାା ଠିକାଦାର କମଳାକାନ୍ତ ପଣ୍ଡା କାର୍ଯ୍ୟାଦେଶ ନେଇ କାମ କରୁଥିଲେ । ତେବେ ସେତେବେଳେ ରାସ୍ତା ନିର୍ମାଣର ଶେଷ ଅବଧି ୨୯/୦୭/ ୨୦୧୬ଥିବା ବେଳେ ରାସ୍ତା ନିର୍ମାଣର ଅହେତୁକ ବିଳମ୍ବ ଘଟିଥିଲା । ବହୁବିଳମ୍ବ ତଥା ଖବର ପ୍ରକାଶ ପରେ ଗତ ବର୍ଷ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ତେବେ ରାସ୍ତା ନିର୍ମାଣ ନସରୁଣୁ ରାସ୍ତା ଦବି ପିଚୁ ବାହାରି ଯାଇଥିଲା । ଏବାବଦରେ ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟର ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇ ଯନ୍ତ୍ରୀ ଇଂ ଅଶ୍ୱନୀ କୁମାର ଦଣ୍ଡପାଟ ଓ ଠିକାଦାର କମଳାକାନ୍ତ ପଣ୍ଡା ଚଳିତ ବର୍ଷ ପେବ୍ରୁଆରୀ ମାସରେ ରାସ୍ତା ପରିଦର୍ଶନ କରି ପୁନର୍ବାର ଆବଶ୍ୟକୀୟ ମରାମତି କରିଥିଲେ । ହେଲେ ମରାମତିକୁ ୬ମାସ ନଯାଉଣୁ ପିଚୁ ରାସ୍ତା କାଦୁଅ ପଚପଚ ହୋଇଛି । ଫଳରେ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେବା ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଏବାବଦରେ କାର୍ଯ୍ୟନିବାହୀ ଯନ୍ତ୍ରୀ ଇଂ ନନ୍ଦଦୁଲାଲ ଘଡ଼େଇଙ୍କୁ ପରାରିବାରୁ ସେ ବର୍ତ୍ତମାନ ଯନ୍ତ୍ରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲିଛି । ଖୁବ ଶିଘ୍ର ମରାମତି ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top