ଅପରାଧ

ରାସ୍ତା ମଧ୍ୟରେ ବାଡ ବୁଜିବା ଘଟଣାକୁ ନେଇ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ଶତାଧିକ ଗ୍ରାମବାସୀ ଥାନା ଘେରିଲେ

ହରିଚନ୍ଦନପୁର, ତା ୨୦ସେପ୍ଟେମ୍ବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ମନୋହରପୁର ଗ୍ରାମପଞ୍ଚାୟତର ଚକ୍ରଧରପୁର ଗ୍ରାମର ମୁଖ୍ୟ ରାସ୍ତା ଠାରୁ ପୋଷ୍ଟ ଅଫିସର ରାସ୍ତା ମଧ୍ୟରେ ବାଡ ବୁଜିବା ଘଟଣାକୁ ନେଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ହରିଚନ୍ଦନପୁର ଥାନା ଘେରାଓ କଲେ। ଖବରରୁ ଜଣାପଡିଛି ଯେ ଚଳିତ ମାସ ୧୭ତାରିଖ ସକାଳ ୮ଘଟିକା ସମୟରେ ଉକ୍ତ ଗ୍ରାମର ୰ନିରାକାର ମାନସିଂଙ୍କ ପୁଅ ରତ୍ନାକର ମାନସିଂ ଏବଂ ତାଙ୍କର ତିନିପୁଅ, ତିନି ନାତି ମିଳିତ ଭାବରେ ଉକ୍ତ ରାସ୍ତା ମଧ୍ୟରେ ବାଡ ବୁଜିଥିଲେ। ରାସ୍ତାଟିରେ ବାଡ ବୁଜିବା ସହ ଗ୍ରାମର ଲୋକମାନଙ୍କୁ ଉକ୍ତ ରାସ୍ତା ଦେଇ ପୋଖରୀକୁ ଗାଧେଇବାକୁ ମଧ୍ୟ ମନା କରୁଥିବାର ଅଭିଯୋଗ କରିଛନ୍ତି। ପ୍ରକାଶ ଅନୁଯାୟୀ ଉକ୍ତ ରାସ୍ତା ମଧ୍ୟରେ ଥିବା ପୋଖରୀ ଦେଇ ଗ୍ରାମକୁ ବିପିଏଲ ବିଦ୍ୟୁତ ଯୋଗାଣ କରାଯାଇଥିଲା। ପୋଖରୀ ନିକଟରେ କେତୋଟି ଗଛ ବିଦ୍ୟୁତ ଯୋଗାଣରେ ବାଧକ ସାଜିଥିଲା ତେଣୁ ଉକ୍ତ ଗଛ ଗୁଡିକୁ ଗ୍ରାମବାସୀଙ୍କ ଉପସ୍ଥିତରେ କଟାଯାଇଥିଲା। ଗଛଗୁଡିକ କଟା ଯିବାକୁ ଘଟଣାକୁ କେନ୍ଦ୍ରକରି ରତ୍ନାକରଙ୍କ ପରିବାର ଲୋକମାନେ ଉକ୍ତ ରାସ୍ତାକୁ ଦୁଇ ପାଖରୁ ବାଡ ବୁଜି ବନ୍ଦ କରିଥିବାର ଜଣାପଡିଛି। ବାଡ ବୁଜିବା ଦ୍ୱାରା ଗ୍ରାମର ଲୋକମାନଙ୍କ ସହ ଗାଈ ଗୋରୁ ଯିବା ଆସିବା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୧୮ତାରିଖ ମଙ୍ଗଳବାର ଦିନ ସକାଳ ୮ଘଟିକା ସମୟରେ ଗ୍ରାମର ୱାଡମେମ୍ବର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଉକ୍ତ ବୈଠକଟି ଯୁଧିଷ୍ଟିର ନାଏକଙ୍କ ସଭାପତିତ୍ୱରେ ରତ୍ନାକରଙ୍କୁ ଡକାଯାଇ ବାଡ ବୁଜିବା ବାବଦରେ ପଚରା ଯାଇଥିଲା। ରତ୍ନାକର ଉତ୍ତର ଦେଇଥିଲେ କି ସେ ତାଙ୍କ ନିଜ ପଟ୍ଟାଭୁକ୍ତ ଜାମିରେ ବାଡ ବୁଜିଛନ୍ତି। ଏବଂ ପୋଖରୀଟିକୁ ନିଜ ଅକ୍ତିଆରକୁ ନେଇ କୈାଣସି ଗ୍ରାମବାସୀଙ୍କୁ ଗାଧେଇବାକୁ ଦେବିନାହିଁ। ତାହାକୁ ନେଇ ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ନ୍ୟାୟ ପାଇବା ଉଦ୍ଦେଶ୍ୟରେ ହରିଚନ୍ଦନପୁର ଥାନାକୁ ଘେରିଥିବା ସହ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top