ରାସ୍ତା ପାଲଟିଛି ମରଣ ଯନ୍ତା, ପ୍ରତିବାଦରେ ରାସ୍ତା ଉପରେ ଧାନତଳି ରୋଇଲେ ଗ୍ରାମବାସୀ

ଢେଙ୍କିକୋଟ, ତା୨୦/୦୭(ଓଡିଆ ପୁଅ /ଵିରେନ୍ଦ୍ର କୁମାର //ଅଭିମନ୍ୟୁ )- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଜୋଡି ପଞ୍ଚାୟତ ର ଗଦାଧରପୁର ଗାଁ ରାସ୍ତାରେ ମୋରମ ବଦଳରେ ପଡିଛି ମାଟି । ଫଳରେ ରାସ୍ତାଗୁଡିକ ବର୍ଷାରେ ପାଣିଗଦା ହୋଇ ଆଣ୍ଠୁଏ କାଦୁ ହେଉଥିବା ବେଳେ ରାସ୍ତାରେ ଯାଉଥିବା ଲୋକମାନେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଏହାର ପ୍ରତିବାଦରେ ଉତ୍ୟକ୍ତ ଗଦାଧରପୁର ଗ୍ରାମବାସୀ ବୁଧବାର ଖାଲ ଖମା କାଦୁଅ ରାସ୍ତା ମଝିରେ ଧାନ ଓ ସାରୁ ଗଛ ଲଗାଇ ଅଭିନବ ପ୍ରତିବାଦ କରିଥିଲେ ।

ଏହି ରାସ୍ତା ନିର୍ମାଣ ପାଇଁ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ କିଛି ଅସାଧୁ ମୁନାଫା ଖୋର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନିତୀ ଯୋଗୁଁ ଗୋଟିଏ ଫଳକ ରେ ବିଭିନ୍ନ ପ୍ରକାର ରଙ୍ଗ ଲଗାଇ ରାସ୍ତାର ନିର୍ମାଣ କରିବା ପ୍ରତିବଦଳରେ ଲକ୍ଷଲକ୍ଷ ଟଙ୍କା ହଡପ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗାଁର ଯେକୌଣସି ବ୍ୟକ୍ତି ଏହାକୁ ବିରୋଧ କରେ ତାକୁ ଠିକାଦାର କିଛି ଟଙ୍କା ଦେଇ ଚୁପ ହେବାପାଇଁ କହିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଗାଁର କୌଣସି ପ୍ରସୂତୀ ମହିଳ ବା ଲୋକ ଙ୍କ ଦେହ ଖରାପ ହେଲେ ଗାଢ କାଦୁଅ ରାସ୍ତା ଯୋଗୁଁ କୌଣସି ଆମ୍ବୁଲାନ୍ସ ଆସିପାରିନଥାଏ ଫଳରେ ଗ୍ରାମବାସୀ ରୋଗୀକୁ ଖଟିଆରେ ୩କିମି ଦୂର ପିଟାପିଟି ଗାଁ ମୂଖ୍ୟ ରାସ୍ତାକୁ ବୋହି ଡାକ୍ତରଖାନାକୁ ନେଇଥାଆନ୍ତି । ବର୍ଷା ଦିନରେ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ଖରାପ ହୋଇଥିବାରୁ କଲେଜ ପାଠ ପଢୁଥିବା ପିଲାମାନେ ୧୦କିମି ବୁଲି ହରିଚନ୍ଦନପୁର କଲେଜରେ ପହଚିଂଥାନ୍ତି । ଗାଁରେ ପ୍ରାଥମିକ ବିଦ୍ୟାଳୟ ପାଠ ପଢିବା ପାଇଁ ପିଲାମାନେ ରାସ୍ତା ପରିବର୍ତ୍ତେ ବିଲ ହୁଡାରେ ଯାଇ ବିଦ୍ୟାଳୟରେ ପହଞ୍ଚିଥାନ୍ତି ।

ରାସ୍ତାର ଦୟନୀୟ ଅବସ୍ଥା ସମ୍ପର୍କରେ ବହୁବାର ହରିଚନ୍ଦନପୁର ବିଡିଓଙ୍କୁ ଅଭିଯୋଗ କଲେ ମଧ୍ୟ ଏ ରାସ୍ତା ସମସ୍ୟା ର ସମାଧାନ କରାନଯିବା ପଛର ଅସଲ କାରଣ କଣ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ନିର୍ବାଚନ ସମୟରେ ଭୋଟ ପ୍ରଚାର କରିବାପାଇଁ ବହୁ ନେତା ଗାଁକୁ ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଆମକୁଭୋଟ ଦିଆ ଆମେ ଏହି ସମସ୍ତ ରାସ୍ତା ସମସ୍ୟା ସମାଧାନ କରୁବୁ । କିନ୍ତୁ ଖରାଦିନ ଯାଇ ବର୍ଷାଦିନ ଚାଲିଲାଣି ରାସ୍ତା ନିର୍ମାଣ ହେଉନି କିମ୍ବା ବାରମ୍ବାର ଅଭିଯୋଗ କଲାପରେବି ପ୍ରଶାସନର ପାଦ ପଡୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କହିଛନ୍ତି । ଯାହାଫଳରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ମଝିରେ ଧାନ ଗଛ ଲଗାଇ ଥିବା ପ୍ରକାଶ କରିଛନ୍ତି ।

ଏ ବିଷୟରେ ସ୍ଥାନୀୟ ରିଚନ୍ଦନପୁର ବିଡିଓ ଙ୍କୁ ଯୋଗାଯଗ କରିବାରୁ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

ଆଗାମୀ ଦିନରେ ରାସ୍ତା ସମସ୍ୟା ର ସମାଧାନ କରାନଯାଏ ତେବେ ସ୍କୁଲରେ ତାଲା ପକାଇବା ସହିତ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏ ରାସ୍ତା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମରରଘୁନାଥମହାନ୍ତ,ରତ୍ନାକରମହାନ୍ତ,ସହଦେବ କିସାନ,ଦୁଷ୍ମନ୍ତ କିଷାନ, ଗୁରୁ କିଷାନ,କଂସଲା ମହାନ୍ତ,ବାସନ୍ତି କିସାନ,ମାଳ କିସାନ,ସୋମବାରୀ କିସାନ,ମଙ୍ଗୁଲୁ କିସାନ ପ୍ରମୁଖଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *