ରାସ୍ତା ପାଲଟିଛି ମରଣଜନ୍ତା

ସାରସକଣା:୨୨/୦୮ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ବ୍ଲକର ବମ୍ବେଛକ ଠାରୁ ସାରସକଣାକୁ ଯାଇଥିବା ମୁଖ୍ୟ R.D ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏହି ବ୍ଲକର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତେକ ଦିନ ଏହି ରାସ୍ତା ଦେଇ ବସ, ଟ୍ରକ, ମୋଟର ସାଇକେଲ, ସାଇକେଲ ଏବଂ କଲେଜ, ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତାରେ ସବୁ ଦିନ ଯାତାୟତ କରୁଛନ୍ତି ଓ ପ୍ରତ୍ୟେକ ଦିନ ଲୋକେ ବିଭିନ୍ନ ପ୍ରକାରର ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁଃଖର ବିଷୟଯେ, ଏହି ରାସ୍ତା ଦେଇ ସାରସକଣା ବ୍ଲକର ସମସ୍ତ ଅଧିକାରୀ ଏବଂ ତହସିଲ ଅଫିସର ଅଧିକାରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। କିନ୍ତୁ ଏଥି ପ୍ରତି କାହାରି ନଜର ନାହିଁ। ସାରସକଣା ବିଧାୟକ ମହୋଦୟ ମଧ୍ୟ ଏହି ରାସ୍ତା ଦେଇ ବ୍ଲକକୁ ଯାଆନ୍ତି। ସାରସକଣା ବ୍ଲକର ବିଧାୟକ ତଥା R.D ରାସ୍ତାର କର୍ମକର୍ତ୍ତାଙ୍କ ଦୃଷ୍ଟି ଗୋଚର ହେଉନାହିଁ। ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ବହୁବାର ଅଭିଯୋଗ ଦେଇ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାସ୍ତା ମରାମତି ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ରାସ୍ତାର ଅବସ୍ଥା ଅତିରୁ ଅତି ଶୋଚନୀୟ ହୋଇ ପଡିଛି ଓ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି R.D ରାସ୍ତା ଯୋକା, ପକଟିଆ ଦେଇ କ୍ରମେ ଝାଡ଼ଖଣ୍ଡ ରାଜ୍ୟକୁ ମଧ୍ୟ ସଂଯୁକ୍ତ ହୋଇଛି। ଏହି ରାସ୍ତାର ମରାମତି ପାଇଁ ବର୍ତ୍ତମାନରୁ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଲୋକେ ବଡ଼ ବିପଦର ସମ୍ମୁଖୀନ ହେବେ ଏଥିରେ କୌଣସି ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *