ଜିଲ୍ଲା ପରିକ୍ରମା

ରାସ୍ତା ପାଖରେ ମିଳୁନି ତିନି ଏକର ଜାଗା ; ଅଟକିଛି ସିଭିଲ୍ ଜଜ୍ କୋର୍ଟ ପ୍ରତିଷ୍ଠା

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡିରେ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ), ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ପାଇଁ ଓଡ଼ିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ୨୦୧୭ ଜାନୁୟାରୀ ୩ ରୁ ହାଇକୋର୍ଟର ଆଡିମିନ୍ଷ୍ଟ୍ରେଟିଭ୍ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଏସ୍ଆର ପ୍ରଧାନ ଚିଠି ଦେଇଥିଲେ ଭଦ୍ରକ ଜିଲା ଜଜ୍ଙ୍କ ନିକଟକୁ । ତୁରନ୍ତ ଭଦ୍ରକ ଜିଲା ତିହିଡିରେ ସିଭିଲ୍ ଜଜ୍ କୋର୍ଟ ପ୍ରତିଷ୍ଠା କରିବାକୁ । ଏହି କୋର୍ଟ ପ୍ରତିଷ୍ଠା ହେଲେ ସିଭିଲ୍ ଏଣ୍ଡ କି୍ରମିନାଲ କେଶ୍ର ବିଚାର ହେବ । ଏହି କୋର୍ଟ ପ୍ରତିଷ୍ଠା ପାଇଁ ୩ ଏକର ଜାଗାର ଆବଶ୍ୟକ ରହିଛି । ରାଜପଥ କଡରେ ତାହା ପୁଣି ସଦର ମହକୁମାରେ କୋର୍ଟ ପ୍ରତିଷ୍ଠା ପାଇଁ ୩ ଏକର ଜାଗା ଖୋଜୁଛନ୍ତି ୨୩ ମାସ ହେଲା ତିହିଡି ତହସିଲଦାର । ସରକାରୀ ଜାଗା ଏକକାଳୀନ ୩ ଏକର ମିଳୁନାହିଁ । ଏପରିକି ହାଇକୋର୍ଟଙ୍କ ନିଦେ୍ର୍ଦଶ ଏକକାଳୀନ ସରକାରୀ ଭାବେ ୩ ଏକର ଜାଗା ନ ମିଳିଲେ ପାଶ୍ୱର୍ରେ ଥିବା ବେସରକାରୀ ଜମିକୁ ବି କିଣିବା ପାଇଁ ଅର୍ଥ ଦିଆଯିବ । ଗୋଳାପୋଖରୀ ଠାରୁ ନନ୍ଦପୁର ମଧ୍ୟରେ ରାସ୍ତା ପାଶ୍ୱର୍ରେ ଏହି ଜାଗା ଖୋଳା ଚାଲିଛି ।  ଜାଗା ନପାଇ କୋର୍ଟଙ୍କୁ ଉତ୍ତର ଫେରାଇ ପାରୁନାହାଁନ୍ତି ତହସିଲଦାର । ତେଣୁ ତିହିଡିରେ କୋର୍ଟ ପ୍ରତିଷ୍ଠା ଫାଇଲ୍ରେ ଡୋରି ଲାଗିରହିଛି । ଅନ୍ୟପକ୍ଷରେ ତିହିଡି ବଜାର ଠାରୁ ଗୋଟିଏ କିଲୋମିଟର ଦୂରରେ ଗୋଳାପୋଖରୀ ଛକରେ ଦେଢ ଏକର ଜାଗା ତହସିଲଦାର ଠାବ କରିଛନ୍ତି । ଏହି ଜମି ଉପରେ ଏକ ସୁପର ହସ୍ପିଟାଲ ନିର୍ମାଣ ପାଇଁ ସେ ସୁପାରିଶ୍ କରିଛନ୍ତି । ଟର୍ଣ୍ଣ କି ପଦ୍ଧତିରେ ସରକାର ବେସରକାରୀ ଆର୍ଥିକ ସହାୟତାରେ ମିଳିତ ଭାବେ ଏହି ସୁପର ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ ତିହିଡିରେ କୋର୍ଟ ପ୍ରତିଷ୍ଠା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଏଯାଏଁ ହେଉନାହିଁ । ପାଖ ପଡୋଶୀ ଧାମନଗର ବ୍ଲକ୍ରେ କୋର୍ଟ ପ୍ରତିଷ୍ଠା ପାଇଁ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ହାତ ବଢାଇ ଜାଗା ଦେଲେ ଅଥଚ ତିହିଡିରେ କୌଣସି ରାଜନୈତିକ ଦଳର ନେତାଙ୍କ ଆଗ୍ରହ ନ ବଢିବା ଏଥିପାଇଁ ସମସ୍ତଙ୍କୁ ଚିନ୍ତିତ କରିଛି । ତିହିଡି ତହସିଲଦାର କହିଛନ୍ତି, ପ୍ରଶାସନ ଓ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଜାଗା ମିଳୁନି । ୧୫ ମାସ ପରେ ବିଫଳ ହେବାରୁ ଆମେ ଚିଠି ଫେରସ୍ତ କରିଦେଲୁ ଯେ ଜମି ମିଳୁନି ବୋଲି । ମାନ୍ୟବର ହାଇକୋର୍ଟଙ୍କ ଆଉ ଏକ ନିଦେ୍ର୍ଦଶ ଥିଲା ସରକାରୀ ଜମି ନ ମିଳିଲେ ବେସରକାରୀ ଜମି କିଣାଯାଉ । ବେସରକାରୀ ଜମି କିଣିବାକୁ ହେଲେ ଭୂଅର୍ଜନ ଧାରା ପ୍ରୟୋଗ କରିବା ଦାୟିତ୍ୱ ଜିଲାପାଳଙ୍କ । ଏହା ଆଦେଶ ହେଲେ ବେସରକାରୀ ଜମି କେଉଁଠି ଅଛି ଏବଂ କେଉଁ ଜମି ମାଲିକ ଜମି ଦେବ, ତାହା ଆମେ ଠାବ କରିବୁ । ଖାଲି ସେତିକି ନୁହଁ, ଭଡା ଘରେ କୋର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ନିଦେ୍ର୍ଦଶ ମଧ୍ୟ ଥିଲା । ଭଡା ଘରେ କୋର୍ଟ କାର୍ଯ୍ୟ  ଆରମ୍ଭ ହେଲେ ମାସକୁ ମାସ ସେହି ଘର ଡା କିଏ ଦେବ, ତାହା ଏଯାଏଁ ଫାଇନାଲ ହୋଇପାରିନାହିଁ । ଜିଲାପାଳ ଓ ଜିଲା ଜଜ୍ ମହୋଦୟ ଖୁବ୍ଶୀଘ୍ର ବୈଠକରେ ବସି ତିହିଡିର କୋର୍ଟ ପ୍ରତିଷ୍ଠା ଫାଇଲ୍ ଆଗେଇବେ ବୋଲି ବିଚାର ବିମର୍ଷ ଚାଲିଛି ବୋଲି ସେ କୁହନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top