ଗଜପତି

ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁମ୍ମା ବ୍ଳକର ନାମନାଗଡ ଓ ଗୋଷାଣୀ ବ୍ଳକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ବହୁ ସଂଖ୍ୟାରେ ଗ୍ରାମବାସୀ ସେମାନଙ୍କ ଅଞ୍ଚଳରେ ନୁତନ ରାସ୍ତା ନିର୍ମାଣ ପାଇଁ ଜିଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ବର୍ତ୍ତମାନ ଚନ୍ଦନଖଲ ଠାରୁ ଖେତଡା ପର୍ଯ୍ୟନ୍ତ ଏକ ପିଚୁରାସ୍ତା ରହିଥିବା ବେଳେ ଏହାର ଦର୍ଘ୍ୟ୫୦୦ମିଟର ଅଟେ। ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇଥିବା ବେଳେ ଏହି ରାସ୍ତା ଦେଇ ଛାତ୍ର/ଛାତ୍ରୀମାନେ ବିଦ୍ୟାଳୟକୁ ଯିବାଆସିବା କରିବାରେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି। ସେହିପରି ଯାନବାହନ ଗମନାଗମନ ପାଇଁ ସମସ୍ୟା ଯୋଗୁଁ ସ୍ୱାସ୍ଥ୍ୟସେବା ବ୍ୟାଘାତ ସୃଷ୍ଟି ହେବା ସହ ଏହି ରାସ୍ତା ଦେଇ ୧୦୮ଆମ୍ବୁଲାନ୍ସ ଯାଇପାରୁନାହିଁ। ଏହି ରାସ୍ତା ଉପରେ ଖେତଡା, ଖାରଡା, ଅଙ୍ଗରଡା, ଚନ୍ଦନଖଲ ଇତ୍ୟାଦି ଅଞ୍ଚଳର ଜନଜାତିବାସିନ୍ଦାମାନେ ନିର୍ଭର କରିଥାନ୍ତି। ତେଣୁ ଏହି ରାସ୍ତା ସମସ୍ୟାକୁ ଯଥାଶିଘ୍ର ସମାଧାନ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top