ଜିଲ୍ଲା ପରିକ୍ରମା

ରାସ୍ତା ନଥିବା ଗାଁ ବୁରୁସାହି ; ସେବା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ଶିଶୁ ଓ ପ୍ରସୂତୀ

ଯାଜପୁର-୨୦/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ବୁରୁସାହି ଏକ ଆଦିବାସୀ ବସ୍ତି ହୋଇଥିଲେ ମଧ୍ୟ ଏଯାବତ୍ ସେଠାକୁ ରାସ୍ତା ନିର୍ମାଣ କରାଯାଇନାହିଁ। ଫଳରେ ଲୋକମାନେ ଅନ୍ୟତ୍ର ଯିବାକୁ ବହୁ ଅସୁବିଧାର ସମ୍ମୁଖିତ ହେଉଛନ୍ତି। ସେହିପରି ରୋଗୀମାନେ ଚିକିତ୍ସା ନିମନ୍ତେ ଅନ୍ୟତ୍ର ଯିବାକୁ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିନେଇ ବହୁ ଶିଶୁ ପ୍ରସୂତୀ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସାହିର ମହିଳାମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ। ଏହି ଘଟଣା ସମ୍ପର୍କରେ ମଧ୍ୟ ସମାଜରେ ବହୁବାର ଖବର ପ୍ରକାଶିତ ହେବାପରେ ସେଠାରେ ସରକାରଙ୍କ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇନାହିଁ। ଯେଉଁ ତିମିରକୁ ସେହି ତିମିର। ଏହିଭଳି ଅବସ୍ଥା ପ୍ରତ୍ୟେକ ଆଦିବାସୀ ବସ୍ତିରେ ଲାଗିରହିଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେବା ସହିତ ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟ ପନ୍ଥା ଗ୍ରହଣ କରାଗଲେ ଏହାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାମାଜିକ କର୍ମୀମାନେ ଆଶା ପ୍ରକଟ କରିଛନ୍ତି। ପ୍ରକାଶ ଥାଉକି ବହୁ ଦିନ ପୂର୍ବରୁ ସୁଦୁର ମୟୁରଭଞ୍ଜ ଜିଲ୍ଲାରୁ ମୁଣ୍ଡା ସମ୍ପ୍ରଦାୟର ଆଦିବାସୀମାନେ କାର୍ଯ୍ୟ ଅନ୍ୱେଷଣରେ ଆସି ପାହାଡ଼ ପାଦଦେଶରେ ବସବାସ କରୁଛନ୍ତି। ୨୧ ପାରିବାର ବିଶିଷ୍ଟ ସାହିରେ ୧୭୦ ଜଣରୁ ଅଧିକ ଲୋକ ସଂଖ୍ୟା ହେବେ। ତନ୍ମଧ୍ୟରୁ ଅନ୍ୟ ଆଖପାଖ ସାହିରେ ପିଲାମାନଙ୍କୁ ମିଶାଇ ୫୦ରୁ ଅଧିକ ପିଲା ଗ୍ରାମ ମୁଣ୍ଡରେ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଇଁ ପକ୍କାଘର ଖଣ୍ଡେ ନାହିଁ। ଚାଳିଆ ଘରେ ବସି ପାଠ ପଢ଼ୁଛନ୍ତି। ତାହା ଅଙ୍ଗନୱାଡି ପକ୍ଷରୁ ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ କିଛି ବଡ ପିଲାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶିକ୍ଷାଦାନ କରାଯାଉଛି। ବର୍ଷା ଦିନ ହୋଇଥିବାରୁ ଚାଳି ଘର ଭିତରକୁ ପାଣି ପଶିଯିବା ଫଳରେ ସେଠାରେ ପିଲାମାନେ ଶିକ୍ଷାଦାନ କରିପାରୁନାହାଁନ୍ତି। ଅନ୍ୟପକ୍ଷରେ ଗ୍ରାମକୁ ରାସ୍ତା ନଥିବାରୁ ବର୍ଷା ପରେ କାଦୁଅ ମାଟିରେ ବାହାରକୁ ଯିବା ଗ୍ରାମ ଲୋକମାନଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ। ଧର୍ମଶାଳା ବ୍ଲକ ନିକଟରୁ ୮ କି.ମି. ବ୍ୟବଧାନରେ ଏହି ସାହିଟି ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅଧିକାରୀଙ୍କ ପାଦ ସେଠାରେ ପଡ଼ିନଥିବା ଜଣାଯାଏ। ସେହିପରି ୫୩ନଂ ଜାତୀୟ ରାଜପଥ ଠାରୁ ୨କି.ମି ବ୍ୟବଧାନରେ ଏହି ସାହିଟି ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେଠାକୁ ରୋଗୀସେବା ଯୋଗାଇବା ନିମନ୍ତେ ୧୦୮ ଯାଇପାରୁନାହିଁ। ଡାକ୍ତରଖାନାକୁ ନେବାକୁ ହେଲେ ଏକ ରୋଗୀକୁ କାନ୍ଧରେ ବୁହା ହୋଇ ୨ କି.ମି ରାସ୍ତା ନେବାକୁ ପଡୁଛି। ସେଠାରୁ ଗାଡି ଯୋଗେ ଚିକିତ୍ସା କେନ୍ଦ୍ରକୁ ଅଣାଯାଉଛି। ଏହି ନିକଟରେ ୨୨ ବର୍ଷର ଏକ ଝିଅର ମୃତ୍ୟୁ ହୋଇଥିବା ଜଣାଯାଇଛି। ହଠାତ୍ ରାତିରେ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ତୁରନ୍ତ ଚିକିତ୍ସା କେନ୍ଦ୍ରକୁ ନେବାକୁ ଯୋଜନା କରାଯାଇ ବିଫଳ ହୋଇଥିଲେ। ୧୦୮ କୁ ଫୋନ୍ କରାଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ସେଠାରେ ୧୦୮ ପହଞ୍ଚିପାରି ନଥିଲା। ଏହି ଅବହେଳାର ଶିକାର ହୋଇ ଝିଅଟି ପ୍ରାଣ ହରାଇଥିଲା। ଏଥିନେଇ ଗ୍ରାମବାସୀଙ୍କୁ ପଚାରିଲେ ସେମାନେ କହନ୍ତି ସବୁଦିନେ ଏହି ସମସ୍ୟା ଲାଗିରହିଛି। ସାହିରେ ବିଜୁଳି ଆଲୁଅ, ରାସ୍ତା, ପିଲାମାନଙ୍କ ପାଇଁ ସ୍କୁଲ ଘର ଏପରିକି ସାହି ଲୋକମାନେ ରହିବା ପାଇଁ ଛାତ ଘର ନଥିବାରୁ ବହୁ ଅସୁବିଧାରେ ଆମ୍ଭେମାନେ କାଳତିପାତ କରୁଛୁ। ବର୍ଷାଦିନେ ତାହା ଦୁଇଗୁଣିତ ହେଉଛି। ଗ୍ରାମ ଚାରିପଟ ଯାଜ ବିଲ ଓ ଜଙ୍ଗଲ ରହିଥିବାରୁ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ବହୁ ଅସୁବିଧା ସୃଷ୍ଟି ହୋଇଥାଏ। ସେଥିପାଇଁ ଅନେକ ସମୟରେ ଏହି ସାହିର ଶିଶୁ ଓ ପ୍ରସୂତୀମାନଙ୍କର ମୃତ୍ୟୁ ହୋଇଥାଏ। ଯଦି ସରକାରଙ୍କ ପକ୍ଷରୁ ଉକ୍ତ ସାହିକୁ ପକ୍କା ରାସ୍ତା, ବିଜୁଳି ଆଲୁଅ, ପିଲାଙ୍କ ପାଠପଢ଼ା ନିମନ୍ତେ ପକ୍କାଘର ଓ ସାହି ଲୋକଙ୍କ ନିମନ୍ତେ ପକ୍କଘର ଯୋଗାଇ ଦିଆଯାଆନ୍ତା ତେବେ ବଞ୍ଚିବାର ରାହା ମିଳିଯାଆନ୍ତା ବୋଲି ମୁଣ୍ଡା ସମ୍ପ୍ରଦାୟର ଲୋକମାନେ କହିଛନ୍ତି। ଆଜି କେବଳ ନୁଆଣିଆ ଚାଳ ଛପର ଘରେ ଜଙ୍ଗଲ କୋଳରେ ବାସ କରୁଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ। ସେମାନେ ତାଙ୍କର ସମସ୍ତ ମୋ÷ଳିକ ସୁବିଧା ପାଇବାରୁ ବଞ୍ଚିତ। ମାତ୍ର ବିଜ୍ଞାପନ ଜରିଆରେ ଆଦିବାସୀମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେଉଥିବା ଜାଣିବାକୁ ମିଳୁଛି। କିନ୍ତୁ ବାସ୍ତବ ପକ୍ଷେ ତାହା କାର୍ଯ୍ୟକାରୀ ହେଉନାହିଁ। ଏହିଭଳି ଅବସ୍ଥା ପ୍ରତ୍ୟେକ ଆଦିବାସୀ ବସ୍ତିରେ ଦେଖିବାକୁ ମିଳୁଛି। ଧର୍ମଶାଳକୁ ପ୍ରଗତୀର ପ୍ରୟୋଗ ଶାଳା କୁହାଯାଉଥିବା ବେଳେ ଗରୀବ ଆଦିବାସୀମାନେ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଧର୍ମଶାଳାରେ ଆଦିବାସୀଙ୍କ ପ୍ରତି ସେଭଳି କିଛି ଆଖି ଦୃଶିଆ ଯୋଜନା ପ୍ରଣୟନ କରାଯାଉନଥିବାରୁ ସେମାନେ ଅବହେଳିତ। ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଫଳପ୍ରଦ ହୋଇପାରୁନାହିଁ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top