ଓଡ଼ିଶା

ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିରେ ଅଗ୍ନିକାଣ୍ଡ

ଛତ୍ରପୁର ୧୪-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଛତ୍ରପୁର ଠାରେ ଆରଟିଓଙ୍କ ଦ୍ୱାରା ଗାଡ଼ିର ଫିଟନେସ୍ ପାଇଁ ଆସିଥିବା ଏକ ଗାଡ଼ି ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ସମୟରେ ସେଥିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ୍ ଯୋଗୁଁ ହୋଇଥାଏ ବୋଲି ଅନୁମାନ କରାଯାଉଛି। ବ୍ରହ୍ମପୁରର ସଞ୍ଜୁଲତା ବେହେରାଙ୍କ ଏହି ଗାଡ଼ି ବୋଲି ଜଣାପଡ଼ିଛି। ନିଆଁ ଲାଗିଥିବା ଗାଡ଼ିଟି ହେଉଛି ମାରୁତି ଅମିନି।

ଖବର ପାଇ ଛତ୍ରପୁର ଦମକଳବାହିନୀ ନିଆଁକୁ ଆୟତ କରିଥିଲେ। ଏହି ଟିମରେ ଏ.ଆର୍ ନାୟକ, ସିଏସ୍. ବି.ବି ସାମନ୍ତରାୟ, ଏସ୍. କେ. ବାସିରୁଦ୍ଧିନ୍, ସୁମନ ମହାଲିକ୍, ଦୀପକ ସାହୁ ଓ. କେ.ଏସ୍ ପରିଡ଼ା ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top