ରାସ୍ତା କଡ଼ରୁ ଦଳୀୟ ପତାକା ହଟାଇବାକୁ ଦାବି

ବ୍ରହ୍ମପୁର;୩୦, ନଭେମ୍ବର;୨୦୧୭ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବ୍ରହ୍ମପୁର ସହରରେ ରାସ୍ତା କଡ଼ରେ ଲାଗିଥିବା ବିଜୁ ଜନତା ଦଳର ପତାକା ଗୁଡ଼ିକୁ ହଟାଇବା ପାଇଁ ଦାବି ହେଉଛି। ଦଳୀୟ କାର୍ଯ୍ୟକ୍ରମ ସମୟରେ ଏହି ପତାକା ଗୁଡ଼ିକ ଲଗା ଯାଇଥିବା ବେଳେ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟ ସେଗୁଡ଼ିକ ସେମିତି ଲାଗି ରହିଛି। ରାସ୍ତାରେ ଯାତାୟତ ସମୟରେ ସେହି ପତାକା ଗୁଡ଼ିକ ଉଡ଼ି ଲୋକଙ୍କ ଦେହରେ ବାଜୁଛି। ଫଳ ସ୍ୱରୂପ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଲୋକମାନେ ମଧ୍ୟ ଖଣ୍ଡିଆ ଖାବରା ହେଉଥିବାର ଅଭିଯୋଗ ହେଉଛି। ଏଥି ପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଅଭିଯୋଗ ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ନାରୀ ନେତ୍ରୀ ସୁବାସିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦାନ କରା ଯାଇଛି।

Leave a Reply

Your email address will not be published. Required fields are marked *