ଜିଲ୍ଲା ପରିକ୍ରମା

ରାସ୍ତା କାମ ୬ମାସ ନପୁରୁଣୁ ରାସ୍ତାର ଅବସ୍ଥା ଶୋଚନୀୟ ! ରାସ୍ତାକୁ ଖୋଳିବା ପାଇଁ ଗ୍ରାମବାସୀ ସଜବାଜ ହେଉଥିବା ବେଳେ, ରାସ୍ତା ମରାମତି ପାଇଁ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶୃତି ଦେଲେ

ରେମୁଣା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭଗବାନ ଦାସ)- ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧିନ ଖନ୍ତାପଡ଼ା ରେଳଷ୍ଟେସନ ଠାରୁ ଶ୍ରୀଜଙ୍ଗ ବୋଇତା ଛକ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ ନିମନ୍ତେ ୪କୋଟି ୬୭ଲକ୍ଷ ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଥିଲା। ରାସ୍ତାକୁ ଠିକାଦାର କମଳାକାନ୍ତ ପଣ୍ଡା କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରିଥିଲେ। ଆରଡି ବିଭାଗ ଅଧିନରେ ଥିବାଏହି ରାସ୍ତା ୩୦/୧୦/୨୦୧୫ରୁ ଆରମ୍ଭ ହୋଇ ୨୯/୦୭/୨୦୧୬ରେ ଶେଷ ହେବା କଥା। ତେବେ ନିମ୍ନ ମାନର ରାସ୍ତା ଓ ନିର୍ମାଣରେ ଅହେତୁକ ବିଳମ୍ବ ଘଟିବା ଯୋଗୁଁ ରାସ୍ତା ଉପରେ ପ୍ରତ୍ୟକ୍ଷ ନିର୍ଭର କରୁଥିବା ୫ଖଣ୍ଡ ପଞ୍ଚାୟତର ଲୋକଙ୍କ ମଧ୍ୟରେ ଅସନ୍ତୋସ ଦେଖାଦେଇଥିଲା। ବିଳମ୍ବ ହେଲେବି ରାସ୍ତା ନିର୍ମାଣର ୬ମାସ ମଧ୍ୟରେ ନୂତନ ରାସ୍ତାଟି ପୁରୁଣା ରାସ୍ତାକୁ ଫେରିଥିଲା। ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିମ୍ନ ମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ରାସ୍ତାଟି ୬ମାସରେ ଶୋଚନୀୟ ଅବସ୍ଥାରେ ଆସିବା ନେଇ ଉଭୟ ଯନ୍ତ୍ରୀ ଓ ଠିକାଦାରଙ୍କ ତରଫରୁ ଉଭରଲୋଡ଼ିଂ ମାଲ ପରିବହନକୁ ଦାୟୀ କରାଯାଇଥିଲା। ତେବେ ଏବାବଦରେ ବିଭିନ୍ନ ସମ୍ବାଦ ପତ୍ରିକାରେ ରେ ପ୍ରକାଶ ପାଇବା ପରେ ଠିକାଦାରଙ୍କ ତରଫରୁ ମରାମତି ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟ ତଦାରଖ କରୁଥିବା ବ୍ୟକ୍ତି ଜଣକ ଠିକାଦାରଙ୍କ ଗ୍ୟାରେଣ୍ଟି ପିରିୟଡ଼ ମଧ୍ୟରେ ମରାମତି ହେଉଛି ବୋଲି କହିଥିଲେ। ତେବେ ଉକ୍ତ ରାସ୍ତା ମଧ୍ୟ ଦେଇ ମାଲ ପରିବହନ କରୁଥିବା ଟ୍ରକ ଗୁଡ଼ିକ ଠିକାଦାରଙ୍କ ତରଫରୁ ଉଦ୍ଦେଶ୍ୟ ମୁଳକ ଭାବେ ବୋଇତା ଛକ ନିକଟରେ ଅଟକା ଯାଇଥିଲା। ଏନେଇ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ବିଭିନ୍ନ ପଞ୍ଚାୟତର ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋସ ଦେଖାଦେଇଥିଲା। ସେମାନେ ରାସ୍ତାକୁ ତାଡ଼ି ଦେବା ନେଇ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉଭୟଙ୍କୁ ଘଟଣା ସ୍ଥଳରେ ଦେଖି ସ୍ଥାନୀୟ ଲୋକେ ରାସ୍ତା ଦୁରାବସ୍ଥା ସମ୍ପର୍କରେ ପଚାରି ଅସ୍ତବ୍ୟସ୍ତ କରିଥିଲେ। ରାସ୍ତା ଦୁରାବସ୍ଥାକୁ ଦେଖି ନିର୍ବାହୀ ଯନ୍ତ୍ରୀ ଅଶ୍ୱିନ ଦଣ୍ଡପାଟ ଠିକାଦାର ଶ୍ରୀ ପଣ୍ଡାଙ୍କୁ ରାସ୍ତା ମରାମତି ଶେଷ କରିବାକୁ ତାଗିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top