ଜିଲ୍ଲା ପରିକ୍ରମା

ରାସ୍ତା କାମ ଅଧପନ୍ତରିଆ କରି ବିଲ ଉଠାଇ ନେବାକୁ ମସୁଧା

ଯାଜପୁର-୪/୮(ଓଡିଆ ପୁଅ/ଏ.ରାଉତ) ବଡ଼ଚଣା ପୁର୍ତ୍ତ ବିଭାଗର ଅଧିନରେ ଥିବା ବଡଚଣା-ଦର୍ପଣ ରାସ୍ତା ଗତକିଛି ମାସ ତଳେ ବିଭାଗ ତରଫରୁ ରାସ୍ତାର ନବୀକରଣ ଓ ସଂପ୍ରସାରଣ ନିର୍ମାଣ କାମ କରାଯାଇଥିଲା। ଟେଟଣ୍ଡର ମାଧ୍ୟମରେ ନିୟୋଜିତ ଠିକାଦାର ରାସ୍ତା କାର୍ଯ୍ୟକୁ ଅଧପନ୍ତରିଆ କରି ବିଲ କରିନେବାକୁ ମସୁଧା କରୁଥିବା ଅଭିଯୋଗ ହୋଇଛିି। ଏହି ରାସ୍ତାର ନବୀକରଣ ଓ ସଂପ୍ରସାରଣ ପାଇଁ ବିଭାଗ ତରଫରୁ ୩ କୋଟିରୁ ଉର୍ଦ୍ଦ ଅର୍ଥ ବିନିଯୋଗ କରାଯାଇଥିବା ବେଳେ ଠିକାଦାର ରାସ୍ତା ଓ ସଂପ୍ରସାରଣ କାମକୁ ଅଧପନ୍ତରିଆ ଭାବେ କରି ବିଲ ହାତେଇ ନେବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାର ୪କିମି ରାସ୍ତାର ସଂପ୍ରସାରଣ ଓ ନବୀକରଣ କରାଯାଇଥିଲେ ମଧ୍ୟ ନିମ୍ନମାନର କାମ ହୋଇଥିବାରୁ କେଉଁଠି ପିଚୁ ଉଠିଲାଣି ତ ଆଉ କେଉଁଠି ପିଚୁ ଉପରେ ଗଛ ଉଠିଲାଣି। ସଂପ୍ରସାରଣ କାମ ନାମକୁ ମାତ୍ର ହୋଇଥିବା ଦେଖିବାକୁ ଜନସାଧାରଣ ଅଭିଯୋଗ କରିଛନ୍ତି। ବଡଚଣା ବଜାର ଠାରୁ ଧାନମଣ୍ଡଳ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବିଦ୍ୟୁତ ଖୁଣ୍ଟକୁ ସଂପୃକ୍ତ ଠିକାଦାର ଉଠାଇ ରାସ୍ତାକୁ ସଂପ୍ରସାରଣ କରିବାର ନିୟମ ଥିବାବେଳେ ଠିକାଦାର ଜଣକ ନିଜ ମନ ମୁତାବକ ସଂପ୍ରସାରଣ କାର୍ଯ୍ୟ କରି ଛୁ ମାରିଥିବା ଦେଖିବାକୁ ମିଳିଛି। ରାସ୍ତାର ମଝିରେ ବିଦ୍ୟୁତ ଖୁଣ୍ଟ ଥିବା ବେଳେ ରାସ୍ତାକାର୍ଯ୍ୟ କିପରି ସଂପ୍ରସାରଣ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top