ରାସ୍ତା ଓ ପୋଲ ଦେଖିଲେ ଛାତି ଥରୁଚି

ବଣେଇ ୧୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଉପଖଣ୍ଡର କୋଇଡରୁ ଲହୁଣୀପଡାକୁ ସଂଯୋଗ କରୁଥିବା ୨୧୫ ନଂ ଜାତୀୟ ରାଜପଥର ଅବସ୍ଥା କେହି ଆଖିରେ ନଦେଖିଲେ ବିଶ୍ୱାସ କରିବେନି। ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ରାଜକୋଷ ଯୋଗାଉ ଥିବା ରାସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାସ୍ତା ଅବସ୍ଥା ଦେଖୁ ଦେଖୁ ନଜର ପଡେ କାଲଟା ଏବଂ ତୋଡାକୁ ସଂଯୋଗ କରୁଥିବା ଗୋଟିଏ ମାତ୍ର ପୋଲ ଯେଉଁ ପୋଲ ଏବେ ସାଧାରଣ ଲୋକଙ୍କ ପାଇଁ ଜୀବନ ମୃତ୍ୟୁର ପାଚେରୀ ହେଇ ଠିଆ ହେଇଛି। ବ୍ରିଜର ଜାଗା ଜାଗା ଫାଟି ଯିବା ଏବଂ ଗୋଟିଏ ଗୋଟିଏ ଜାଗା ଲୁହା ଛଡ଼ ଦେଖାଯିବ ଓ ବ୍ରିଜରେ ସିମେଣ୍ଟ ଖସି ଖାଲ ହୋଇ ମାଟି ଦେଖାଯାଉଛି। ସେହି ପୋଲ ଉପରେ ଭାରିଯାନ ଯିବା ଆସିବା କରିବା ସହିତ ଯାତ୍ରୀବାହୀ ବସ ମଧ୍ୟ ଯିବା ଆସିବା କରୁଛି ଏବଂ ବିଦ୍ୟାଳୟ କୁ ଯିବା ପାଇଁ ମଧ୍ୟ ସେହି ପୋଲ ଉପରେ ଶହ ଶହ ଛାତ୍ରଛାତ୍ରୀ ନିର୍ଭର କରନ୍ତି। ଦିନକୁ ଦିନ ପୋଲ ଦୁର୍ବଳ ହେଉଥିବାରୁ ଏବେ ସେହି ପୋଲ ଉପରେ ଯିବା ପାଇଁ ସାଧାରଣ ଲୋକ ଭୟଭୀତ ହେଉଛନ୍ତି।

Leave a Reply

Your email address will not be published. Required fields are marked *