ରାସ୍ତାରୁ ଅପରିପକ୍ୱ ଶିଶୁ ଭ୍ରୁଣ ଉଦ୍ଧାର

ଅନୁଗୋଳ, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କଣିହାଁ ଥାନା ନିକଟସ୍ଥ ରାସ୍ତାରେ ଗୁରୁବାର ସକାଳେ ଏକ ପଲିଥିନରେ ଗୁଡ଼ା ଅପରିପକ୍ୱ ଶିଶୁ ଭ୍ରୁଣ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବାପରେ କଣିହାଁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଭ୍ରୁଣଟିକୁ ଉଦ୍ଧାର କରିବାସହ ତାହା ଶିଶୁ ପୁତ୍ରର ଅବା କନ୍ୟା ଭ୍ରୁଣ ପରୀକ୍ଷା କରିବା ନିମନ୍ତେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ତେବେ କେହି ଜଣେ ଗାଡ଼ିରେ ଗଲା ସମୟରେ ପଲିଥିନ ଗୁଡ଼ା ଉକ୍ତ ଅପରିପକ୍ୱ ଶିଶୁ ଭ୍ରୁଣଟିକୁ ଫିଙ୍ଗି ଦେଇଥିବାର ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ଏହା କୁମାରୀ ମାତୃତ୍ୱ ଅବା ଅବୈଧ ସମ୍ପର୍କର ପରିଣାମ ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଆଜିର ଦୁନିଆରେ ହଜି ଯାଉଥିବା ମଣିଷ ପଣିଆର ଏହା ଏକ ନିଚ୍ଛକ ଉଦାହରଣ ବୋଲି ବୁଦ୍ଧଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *