ଜିଲ୍ଲା ପରିକ୍ରମା

ରାସ୍ତାଖରାପ ଯୋଗୁଁ ଆମ୍ବୁଲାନ୍ସ ପହଁଚିଲା ନାହିଁ, ଷ୍ଟ୍ରେଚର ରେ ଗର୍ଭବତୀ ମହିଳା ଙ୍କୁ ଆଶାକର୍ମୀ ଓ ଅଙ୍ଗନଓ୍ୟାର୍ଡି କର୍ମୀ ୨କିମି ବୋହି ନେଇ ପହଁଚାଇଲେ ଆମ୍ବୁଲାନ୍ସ ନିକଟରେ

ମାଲକାନଗିରି,୧୩ା୮(ଓଡିଆ ପୁଅ  ) କେନ୍ଦ୍ର ଓ ରାଜ୍ୟସରକାର ଡିଜିଟାଲ ଇଣ୍ଡିଆ ଓ ଗାଁ ଗାଁରେ ଇଟଂରନେଟ ସେବା ଯୋଗାଇ ଦିଆଯାଇଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏବେ ବି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୫୦୦ରୁ ଉର୍ଦ୍ଦ ଗାଁକୁ ଭଲ ଭଲରାସ୍ତାଟିଏ ନାହିଁ । ଡିଜିଟାଲ ଇଣ୍ଡିଆ ଓ ଇଟଂରନେଟ ସେବା କଥାକୁ କିଏ ପଚାରୁଛି । ସେ ସବୁଅଚଂଳର ବିକାଶର ଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା । ଅପହଁଚ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନପାଲଟିଛି । ଅନେକ ଦୁର୍ଗମ ଅପହଁଚ ଇଲାକାରେ ଭଲରାସ୍ତାଟିଏ ନଥିବାରୁ ସେହି ସବୁ ଗ୍ରାମର ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ମେଡିକାଲ କୁ ନେବା ପାଇଁ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗପକ୍ଷରୁ  ୧୨୫ଟି ରୋଗୀ ବୁହା ଷ୍ଟ୍ରେଚର ବିଭିନ୍ନ ଗ୍ରାମର ଗାଁକଲ୍ୟାଣ ସମିତିକୁ ପ୍ରଦାନ କରାଯାଇଛି । ଏହି ଷ୍ଟ୍ରେଚର ଦ୍ୱାରା ପାହାଡିଆ ଓ ଦୁର୍ଗମ ଗ୍ରାମରୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ନିକଟସ୍ଥ ହସପିଟାଲ ବୋହିନେବା ରେ ସହାୟକ ହୋଇଛି । ଦୁର୍ଗମ ଅପହଁଚ ଇଲାକାର କାଦୁଅ ରାସ୍ତା ଓ ନଦୀ ପାରହୋଇ ଜଣେ ଗର୍ଭବତୀ ମହିଳାଙ୍କୁ ଗାଁକଲ୍ୟାଣ ସମିତି କୁ ଯୋଗା ଯାଇଥିବା ଷ୍ଟ୍ରେଚର ଦ୍ୱାରା ଆଶାକର୍ମୀ,ଅଙ୍ଗନ ଓ୍ୟାର୍ଡିକର୍ମୀ ୨କିମି ବୋହିନେଇ ଆମ୍ବୁଲାନ୍ସ ନିକଟରେ ପହଁଚାଇ ମେଡିକାଲ କୁନେଇ ସେହି ମହିଳାର ଜୀବନ ରକ୍ଷା କରିଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ପଚାଂୟତର ଦୁର୍ଗମ ସାହେବଗୁଡା ଗ୍ରାମରେ । ସେହି ଗ୍ରାମକୁ ଭଲରାସ୍ତା ଟିଏ ନଥିବା ଓ ନଦୀ ପାରହେବାକୁ ପଡୁଥିବାରୁ  ଆମ୍ବୁଲାନ୍ସ ଉକ୍ତଗ୍ରାମକୁ ଯିବା ସମ୍ଭବହୋଇ ନଥିଲା । ସେହି ଗ୍ରାମର କଟାଇ ଖିଲ (୨୨) ଆଦିବାସୀ ମହିଳା ଗର୍ଭଯନ୍ତ୍ରଣା ଭୋଗୁଥିବା ବେଳେ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ମୁଖ୍ୟରାସ୍ତା ଠାରୁ ଉକ୍ତ ଗାଁ ୨କିମି ରାସ୍ତା ଅତ୍ୟନ୍ତ କାଦୁଅ ଓ ନଦୀପାର ହେବାକୁ ପଡୁଥିବାରୁ ଆମ୍ବୁଲାନ୍ସ ଉକ୍ତଗ୍ରାମରେ ପହଁଚି ପାରିନଥିଲା । ପିରବାର ଲୋକେ ମନଦୁଃଖରେ କାନ୍ଧୁଥିବା ବେଳେ ଦେବଦୂତପରି ସେମାନଙ୍କ ନିକଟରେ ପହଁଚି ଯାଇଥିଲେ ଆଶାକର୍ମୀ ବନବତୀଖରା(ବାନୁ)ଓ ଅଙ୍ଗନ ଓ୍ୟାର୍ଡିକର୍ମୀ ଭଗବତୀ ନାୟକ । ସେମାନେ ଗାଁକଲ୍ୟାଣ ସମତିକୁ ଦିଆ ଯାଇଥିବା ଷ୍ଟ୍ରେଚର ଆଣି ସେଥିରେ ଗର୍ଭବତୀ ମହିଳାଙ୍କୁ ସୁଆଇଦେଇ କାନ୍ଧେଇ ମୁଖ୍ୟରାସ୍ତ ଅଭି ମୁଖେ ବାହାରିଥିଲେ । ଦୁଇ ମହିଳା କାନ୍ଧେଇ ନେଉଥିବାର ଦେଖି ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ସେଠାରେ ପହଁଚି ଗର୍ଭବତୀ ମହିଳାଙ୍କୁ ନେବାରେ ସହାୟତା କରିଥିଲେ ।

ଦୀର୍ଘ୨କିମି କାଦୁଅ ରାସ୍ତାରେ ଚାଲି ଚାଲି ଯାଇ ସାହେବଗୁଡା ନଦୀ ପାରହୋଇ ଆରପାରିରେ ପହଁଚିଥିଲେ । ସେଠାରେ ଅଟକି ରହିଥିବା ୧୦୨ ଆମ୍ବୁଲାନ୍ସରେ ଉକ୍ତମହିଳାଙ୍କୁ କୋରକୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମେଡିକାଲରେ ପହିଁଚିବାପରେ  ମହିଳାଙ୍କୁ ଡାକ୍ତର ମାନେ ଚିକିତ୍ସା କରି ନିରାପଦରେ ଏକସନ୍ତାନ ଜନ୍ମକରାଇଥିଲେ । ମେଡିକାଲ ପହଁଚିବାରେ ବିଳମ୍ବ ହୋଇଥିଲେ ଗର୍ଭବତୀ ମହିଳା ଓ ଶିଶୁଜୀବନ ପ୍ରତି ବିପଦ ଆସିଥାନ୍ତା ବୋଲି ଡାକ୍ତର କହିଛନ୍ତି । ଆଶାକର୍ମୀ ଓ ଅଙ୍ଗନ ଓ୍ୟାର୍ଡିକର୍ମୀ ଙ୍କ ପାଇଁ ଜଣେ ଗରିବ ଆଦିବାସୀ ଗର୍ଭବତୀ ମହିଳା ଓ ତାଙ୍କ ନବଜାତ ଶିଶୁଙ୍କ ଜୀବନ ରକ୍ଷାପାଇ ଯାଇଥିବାରୁ ଦୁଇମହିଳା ଙ୍କ ସାହସ କୁ ସାହେବଗୁଡା ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି । ସାହେବ ଗୁଡା ଗ୍ରାମପରି ଅନେକ ଅପହଁଚ ଗାଁ ଅଛି ଯେଉଁଠାକୁ ରାସ୍ତାଟିଏ ମଧ୍ୟନାହିଁ, ରାସ୍ତା ନଥିବା ପାହଡ ଓ ଦୁର୍ଗମ ଗ୍ରାମବାସୀ ଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନ ପାଲଟିଥିବାରୁ ଗାଁ ଲୋକେ ରୋଗୀଙ୍କୁ ଭାର ଓ ଖଟିଆରେ ବୋହି ଡାକ୍ତରଖାନାକୁ ଆଣିଥାନ୍ତି, ଠିକ ସମୟରେ ଗାଁରେ ଖଟିଆ ଟିଏ ମଧ୍ୟ ମିଳିନଥାଏ ,ସେତବେଳକୁ ଗରୁତର ରୋଗୀଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥାଏ , ଅନେକ ସମୟରେ ରୋଗୀ ଡାକ୍ତରଖାନାର ପହଁଚିଲା ବେଳକୁ ମରି ମଧ୍ୟ ଯାଇଥାଏ । ଏହି ସବୁ ଘଟଣାକୁ ଆଖିଆଗରେ ରଖି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ,ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା ଅଜିତକୁମାର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଗାଁକଲ୍ୟାଣ ସମିତିର ସହକାରି ପରିଚାଳକ ସଚିନଦେବ ଗୌଡ ଜିଲ୍ଲାରେ ଥିବା ୧୨୫ଟି ଗାଁ କଲ୍ୟାଣ ସମିତିକୁ ରୋଗୀବୁହା ଷ୍ଟ୍ରେଚର ବାଟିଂ ଏହାର ବ୍ୟବହାର ସଂପର୍କରେ ଇତି ମଧ୍ୟରେ ତାଲିମ ଦେଇସାରିଛନ୍ତି । ଏହି ଷ୍ଟ୍ରେଚର ଦ୍ୱାରା  ପାହଡଉପରେ ଥିବା ଗ୍ରାମରୁ ମୁଖ୍ୟରାସ୍ତାକୁ ଗୁରୁତର ରୋଗୀଙ୍କୁ ବୋହିଆଣି ଡାକ୍ତର ଖାନା ନେବା ସହଜ ହୋଇ ପାରିଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top