ରାସ୍ତାକାମ କରୁଥିବା ଦୁଇ ଶିଶୁଶ୍ରମିକ କୁ ଉଦ୍ଧାର କଲା ଜିଲ୍ଲାଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି, ୨୪ା୫(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ପଡିଆ ବ୍ଲକ ଅଚଂଳ ରେ ଦୁଇଜଣ ନାବାଳକ ରାସ୍ତାକାମକରୁଥିବା ବେଳେ ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ଉଦ୍ଧାର କରି ସ୍ୱଧାରଗୃହରେ ରଖିଛନ୍ତି। ପଡିଆ ରାସ୍ତାରେ ଦୁଇଜଣ ଶିଶୁଶ୍ରମିକ ପିଚୁ କାମକରୁଥିବାର ପଡିଆ ବ୍ଲକ ସିଡିପିଓ ସରୋଜନୀ ପଣ୍ଡା ଦେଖି ଜିଲ୍ଲାଶିଶୁ ସୁରକ୍ଷୀ ବିଭାଗକୁ ଫୋନକରିଥିଲେ। ଫୋନପାଇ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଶିଶୁସୁରକ୍ଷା ଆନୁଷ୍ଟାନିକ ଯତ୍ନ ଅଧିକାରୀ ଶ୍ରୀମତୀ ସୁଦେଶ୍ନା ରାଉତ ଘଟଣାସ୍ଥଳରେ ପହଁଚି ଦୁଇ ଶିଶୁଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଆଜି ସକାଳେ ମାଲକାନଗିରି ଜିଲ୍ଲା ଶିଶୁମଙ୍ଗଳ କମଟି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ, ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣଦାସ, ଶିଶୁମଙ୍ଗଳ କମଟିର ସଭ୍ୟ କିଶୋରଚନ୍ଦ୍ର ମହାରଣା, ହରେଶଚନ୍ଦ୍ର ବେହେରା, ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ସୁଦେଶ୍ନାରାଉତ ଉଦ୍ଧାର ଶିଶୁ ଶ୍ରମିକ ମାନଙ୍କୁ କାଉଁସିଲିଂ କରି ତଥ୍ୟସଂଗ୍ରହ କରିଥିଲେ। ଏହି ଉଦ୍ଧାର ଶିଶୁଶ୍ରମିକ ଙ୍କ ଘର କୋରକୁଣ୍ଡା ପଚାଂୟତ କୋଇଲିପାରି ଗ୍ରାମର ରାମା ମାଢି, ଓ ମନଗୈଡ ସେମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ହଷ୍ଟେଲ ରଖା ଯାଇ ମାଗଣାରେ ପାଠପଡାଇବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଶିଶୁ ମଙ୍ଗଳ ସମିତି ସୁତ୍ରରୁ ସୂଚନାଦିଆ ଯାଇଛି।

Leave a Reply

Your email address will not be published. Required fields are marked *