ଓଡ଼ିଶା

ରାସ୍ତାକାମକୁ ବିରୋଧ କରି ମାଓବାଦୀ ପୋଡିଲେ ଜେସିବି, ରୋଲର ଗାଡି

ମାଲକାନଗିରି, ୮।୨ (ଓଡିଆ ପୁଅ ) ରାସ୍ତାକାମକୁ ବିରୋଧ କରି ମାଓବାଦୀ ମାନେ ଆଜି ଏକ ରୋଲର ଓ ଜେସିବି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିବାର ଜଣାପଡିଛି। ମାଥିଲି ଥାନାସ୍ଥ ମାଓପ୍ରବଣ ଜନ୍ଦ୍ରାଗୁଡା ଗ୍ରାମନିକଟରେ ଠିକାଦର ଙ୍କ କ୍ୟମ୍ପକୁ ଆଜି ସକାଳେ ପ୍ରାୟ୧୫ରୁ ୨୦ ମାଓବାଦୀ ଯାଇ ଠାକାଦରଙ୍କୁ ଖୋଜି ଥିଲେ, ତାଙ୍କ ନପାଇ ଟେମୁରୁପାଲି ଠାରୁ କଟାପାଲି କୁ ସଂଯୋଗକରୁଥିବା ନିର୍ମାଣ ଧିନ ରାସ୍ତାକାମରେ ବ୍ୟବହୃତ ଜେସିବି, ରୋଲର ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି।ଘଟଣାସ୍ଥଳରେ ମାଥିଲି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top