ରାସ୍ତାକାମକୁ ବିରୋଧକରି ମାଓବାଦୀଙ୍କ ପୋଷ୍ଟର,ସୀମାନ୍ତରେ ୨୪ଟି ଗାଡି ପୋଡିଲେ ମାଓବାଦୀ

ମାଲକାନଗିରି,୨୨ା୧୨ ( ଓଡିଆ ପୁଅ ) ଗତ କିଛି ଦିନହେଲା ମାଲକାନଗିରି ଓ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ମାତି ଉଠିଛନ୍ତି । ଏହି ସବୁ ଜିଲ୍ଲାରେ ଚାଲିଥିବା ରାସ୍ତାକାମକୁ ବିରୋଧ କରିବା ସହିତ ରାସ୍ତାକାମରେ ବ୍ୟବହୃତ ଯନ୍ତ୍ରାଶଂ ଗାଡି ଘୋଡାକୁ ପୋଡି ନଷ୍ଟକରିଦେଉଛନ୍ତି । ଏହି ରାସ୍ତାକାମକୁ ବିରୋଧ କରି ମାଲକାନଗିରି ମାଓଡିଭିଜନ, କୋରାପୁଟ,ବିଶାଖା ଡିଭିଜନର ସଂପାଦକ ବେଣୁ ଏକ ତେଲୁଗୁ ଭାଷାରେ ଲିଖିତ ପତ୍ର ଗଣମାଧ୍ୟମ ପ୍ରତି ନିଧିମାନଙ୍କ ନିକଟକୁ ଫଠାଇବା ସହିତ ବିଭିନ୍ନ ସ୍ଥାନରେ ପୋଷ୍ଟର ମାନ ଲଗାଇଥିବାର ଦେଖିବାକୁ ମିଳିଛି । କେବଳ ବଡ ବଡ ରାସ୍ତାକାମ ହେଲେ ବିକାଶ ହେବନାହିଁ,ରାସ୍ତାନାମରେ ସରକାର ଲୋକମାନଙ୍କୁ ଭଣ୍ଡାଉଛନ୍ତି, ସ୍ୱାଧୀନତାର ୭୦ବର୍ଷପରେ କଣ ବିକାଶ କଥା ମନେପଡିଲା,ଗରିବ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର,ଚାକିରି ପ୍ରତି ଗୁରୁତ୍ୱ ନଦେଇ ଖାଲି କିଛି ଠିକାଦାର ଓ ଅଫିସଙ୍କୁ ଖୁସି କରିବା ପାଇଁ ରାସ୍ତା ତିଆରି ଚାଲିଛି । ଏଠାରେ ଥିବା ଖଣିଜ ସମ୍ପଦକୁ ଲୁଟକରି ଗରିବଙ୍କୁ ଶୋଷଣ ଚାଲିଛି । ଗାଁ ଗହଳରେ ଅନ୍ୟାନ ଉନ୍ନତି କରି ରାସ୍ତାକାମକୁ ବନ୍ଦକରାଯାଉ ନଚେତ ପରିଣାମ ଭୟାବହ ହେବବୋଲି ମାଓବାଦୀ ସଂପାଦକ ବେଣୁ ଚିଠିମାଧ୍ୟମରେ ଧମକ ଦେଇଛନ୍ତି । ଗତ କାଲି ରାତ୍ରରେ ସୀମାନ୍ତ ସୁକୁମାଜିଲ୍ଲାରେ ରାସ୍ତାକାମକୁ ବିରୋଧକରି ୨୪ଟି ଗାଡିକୁ ପୋଡିଦେଇଛନ୍ତି ମାଓବାଦୀ ମାନେ ।  ସୁକମାଜିଲ୍ଲାସ୍ଥ କିସ୍ତିରାମ ଠାରୁ ଚିନ୍ତଲନାର କୁ ନିର୍ମାଣ ହେଉଥିବା ରାସ୍ତାକାମର କ୍ୟାମ୍ପକୁ ଗୁରବାର ରାତ୍ରରେ ପ୍ରାୟ ୪୦ରୁ ୫୦ଜଣ ମାଓବାଦୀ ଯାଇ ଠିକାଦରଙ୍କୁ ଖୋଜିଥିଲେ । ସେଠାରେ ଠିକାଦାରଙ୍କୁ ନପାଇ କ୍ୟାମ୍ପରେ ଥିବା କିଛି ଲେବର ଓ ଗାଡି ଡ୍ରାଇଭର ମାନଙ୍କୁ ମାଡମାରି ଘଉଡାଇଦେଇଥିଲେ । ମାଓବାଦୀ ମାନଙ୍କ ଭୟରେ ସେମାନେ ଗାଁ ଭିତରକୁ ପଳାଇବାପରେ କ୍ୟାମ୍ପରେ ଥିବା ଟ୍ରାକ୍ଟର,ପୋକଲିନ,  ମିକ୍ସଚର ମେସିନ,ରୋଲର,ଅଟୋ ସହିତ ୨୪ଟି ଗାଡିରେ ଡିଜେଲ ଢାଳି ନିଆଁଲଗାଇ ପୋଡିଦେଇଥିଲେ । ଏହା ପୁର୍ବରୁ  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟିରେ ରାସ୍ତାକାମରେ ବ୍ୟବହୃତ ୯ଟି ଗାଡିକୁ ମାଓବାଦୀ ମାନେ ପୋଡିଦେଇଥିଲେ । ଗତ କିଛି ଦିନହେଲା ମାଓବାଦୀ ମାନେ ରାସ୍ତାକାମ ଓ ଠିକାଦର ମାନଙ୍କୁ ଟାର୍ଗେଟ କରୁଥିବାରୁ ମାଲକାନଗିରିଜିଲ୍ଲାର ମାଓପ୍ରବଣ ଅଚଂଳରେ ରାସ୍ତାକାମ କରିବାକୁ ଠିକାଦାର ମାନେ ରାଜିହେଉନଥିବାର ଜଣାପଡିଛି । ରାସ୍ତାକାମ ଚାଲିଥିଲା କ୍ୟାମ୍ପ ମାନଙ୍କରେ ଥିବା ପୋକଲିନ, ମିକ୍ସଚର ମେସିନ,ଟିପର, ଟ୍ରାକ୍ଟର ସହ ଅନ୍ୟାନ ଗାଡିଗୁଡିକୁ ମାଓବାଦୀଙ୍କ ଭୟରେ ଠିକାଦାର ମାନେ କ୍ୟାମ୍ପରୁ ନିଜ ନିଜ ଘରକୁ ନେଇଯାଉଥିବାର ଦେଖାଯାଉଛି

Leave a Reply

Your email address will not be published. Required fields are marked *