ଜିଲ୍ଲା ପରିକ୍ରମା

ରାସନ ସାମଗ୍ରୀ ସୁବଣ୍ଟନ ନିମନ୍ତେ ଦାବି

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) – କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କୁ ଯୋଗାଇ ଦେଉଥିବା ରାସନ ସାମଗ୍ରୀର ସୁବଣ୍ଟନ ନିମନ୍ତେ ଗ୍ରାମବାସୀମାନେ ମଙ୍ଗଳବାର ଦିନ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ନିକଟରେ ଦାବି କରିଛନ୍ତି। ଯାଜପୁର ଜିଲା ବରୀ ବ୍ଲକ୍ ଏକ ବନ୍ୟାଞ୍ଚଳଭାବେ ପରିଚିତ। ଏହି ବ୍ଲକ୍ର ଭଅଁରା ପଞ୍ଚାୟତ ବର୍ଷର ଅର୍ଦ୍ଦେକ ଦିନ ବନ୍ୟା ଜଳଦ୍ୱାରା ବନ୍ଦୀ ହୋଇଥାଏ। ଭଅଁରା ପଞ୍ଚାୟତକୁ ଖରସ୍ରୋତା ନଦୀର ଶାଖା ତନ୍ତୀ ନଦୀ ପଞ୍ଚାୟତକୁ ଦୁଇଭାଗ କରିଛି। ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଛି। ତନ୍ତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତନ୍ତୀ ନଦୀ ପଞ୍ଚାୟତକୁ ଦୁଇଭାଗ କରିଥିବାରୁ ଭଅଁରା ପଞ୍ଚାୟତର ଭଅଁରା ଓ ରାୟପୁର ଗ୍ରାମ ଗୋଟିଏ ପଟେ ଅବସ୍ଥିତ। ଆଜକୁ ଦୀର୍ଘଦିନ ହେବ ଭଅଁରା ଓ ରାୟପୁର ଗ୍ରାମର ଅଧିବାସୀମାନେ ନଦୀ ପାରହୋଇ ଚଟୁମାରୀ ଗ୍ରାମକୁ ରାସନ ସାମଗ୍ରୀ ଆଣିବାପାଇଁ ଯାଆନ୍ତି। ବର୍ଷାଋତୁ ଆସି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଭଅଁରା ଓ ରାୟପୁର ଗ୍ରାମର ଅଧିବାସୀମାନେ ନଦୀ ପାରହୋଇ ରାସନ ସାମଗ୍ରୀ ଆଣିବାପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ଦୀର୍ଘ ୬ ମାସ ନଦୀରେ ଭରାଜଳ ରହୁଥିବାରୁ ଏହି ଦୁଇ ଗ୍ରାମର ଅଧିବାସୀମାନେ ରାସନ ସାମଗ୍ରୀ ଆଣିବାରେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥାଏ। ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଅଁରା ଓ ରାୟପୁର ଗ୍ରାମର ବୃଦ୍ଧ, ବୃଦ୍ଧା, ଝିଅ ଓ ବୋହୂମାନେ ନଦୀ ପାରହୋଇ ଚାଉଳ, ଗହମ, କିରାସିନି ଆଣିବା ସମ୍ଭବପର ହେବନାହିଁ। ଏହି ବିଷୟରେ ଉକ୍ତ ଦୁଇ ଗ୍ରାମର ଅଧିବାସୀମାନେ ଯାଜପୁର ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ମାତ୍ର ଜିଲା ପ୍ରଶାସନ ଉକ୍ତ ଦୁଇ ଗ୍ରାମର ଅଧିବାସୀମାନେ ରାସନ ସାମଗ୍ରୀ ପାଇବା ନିମନ୍ତେ କୌଣସି ସୁବିଧା ନକରିବାରୁ ଭଅଁରା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଉପ-ଜିଲାପାଳ ଓ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ମଙ୍ଗଳବାର ଦିନ ସାକ୍ଷାତ କରି ରାସନ ସାମଗ୍ରୀ ପାଇବା ପାଇଁ ଦାବି ଜଣାଇଥିଲେ। ଉପ-ଜିଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତ ବିଷୟ ଅବଗତ ହେବାପରେ ଖୁବ୍ ଶୀଘ୍ର ଭଅଁରା ଓ ରାୟପୁର ଗ୍ରାମକୁ ନେଇ ଏକ ସବ୍-ସେଣ୍ଟର ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ଏହି ଦାବିପତ୍ର ପ୍ରଦାନବେଳେ ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଯେନା, ବାବୁଲି ଯେନା, ନିରଞ୍ଜନ ସ୍ୱାଇଁ, ବଳରାମ ସ୍ୱାଇଁ, ନକୁଳ ଓଝା, ଭିକାରୀ ସେଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top