ଗଜପତି

ରାସନ ସାମଗ୍ରୀ ପ୍ରଦାନରେ ଅନିୟମିତତାକୁ ନେଇ ଅସନ୍ତୋଷ

ପାରଳାଖେମୁଣ୍ଡି,୧୪ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନଂ୧ ଅନ୍ତର୍ଗତ ବହୁ ସଂଖ୍ୟକ ହିତାଧିକାରୀ ସେମାନଙ୍କ ୱାର୍ଡରେ ଠିକ ଭାବେ ରାସନ ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ୱାର୍ଡ ନଂ୧ ଅନ୍ତର୍ଗତ ରାମନଗର ଅଞ୍ଚଳର ୬ଟି ଲେନ ଏବଂ ଦୁର୍ଗାମାଁପେଟା ଅଞ୍ଚଳର ହିତାଧିକାରୀମାନଙ୍କ ପାଇଁ ସେଠାରେ ଏକ ଡିଲର ଦିଆଯାଇଛି । ମାତ୍ର ଅଞ୍ଚଳବାସୀଙ୍କ କହିବା ମୁତାବକ ଉକ୍ତ ଡିଲର ସରକାରୀ ନିୟମ ମୁତାବକ କେବେ ରାସନ ସାମଗ୍ରୀ ଉଚିତ ସମୟରେ ହିତାଧିକାରୀମାନଙ୍କୁ ଯୋଗାଉନାହାନ୍ତି କିମ୍ବା ରାସନ ବିତରଣ କେନ୍ଦ୍ର ଠିକ ସମୟରେ ଖୋଲୁନାହାନ୍ତି । ଏହାଦ୍ୱାରା ଅନେକ ହିତାଧିକାରୀ ରାସନ ପାଇବାକୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏସମ୍ପର୍କରେ ଅଞ୍ଚଳବାସୀ ଉକ୍ତ ଡିଲରଙ୍କୁ ପଚାରିଲେ ମଧ୍ୟ ସେ ଉତ୍କ୍ଷିପ୍ତ ଭାବେ ବ୍ୟବହାର କରୁଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ମୁଖ୍ୟତଃ ଗରିବ ଶ୍ରେଣୀର ବୃଦ୍ଧ ଏବଂ ମହିଳା ଲୋକମାନେ ବିଶେଷ ସମସ୍ୟାର ସମୁଖିନ ହେଉଛନ୍ତି । ଏସମ୍ପର୍କରେ ଉକ୍ତ ଅଞ୍ଚଳର ଶତାଧିକ ହିତାଧିକାରୀ ଆଇନଜୀବି ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ଉପଜିଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରର ଏକକ ନକଲ ମଧ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ଉଦେଶ୍ୟରେ ପ୍ରେରଣ କରାଯାଇଛି । ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଦାବିପୁରଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମସ୍ୟା ସମାଧାନ ନହେଲେ ଆଗାମି ଦିନରେ ଆନେ୍ଦାଳନକୁ ଅଧିକ ଶାଣିତ କରାଯିବ ବୋଲି କାଉନସିଲର କେ.ପୁଣ୍ୟବତୀ, ସୁନିଲ ମହାପାତ୍ର, ଅରୁଣିମା ସାହୁ, ଅଞ୍ଜନା ବିଶ୍ୱାଳ, ବସନ୍ତ ଜେନା ପ୍ରମୁଖ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top