ଓଡ଼ିଶା

ରାସନ କର୍ଡରୁ ବାଦ୍ ପଡିଲେ ଭିନ୍ନକ୍ଷମ ସୁଲୋଚନା

ଖଇରା / ବାଲେଶ୍ୱର, ୧୪/୧(ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ସୁଲୋଚନା ବିଶ୍ୱାଳଙ୍କ ଘର ହୋଇଥିବାବେଳେ ସେ ଜନ୍ମରୁ ଶତପ୍ରତିଶତ ଅନ୍ଧୁଣି। ସେ ଗତ ୨୦୧୧ ମସିହାରେ ସରକାରଙ୍କ ଠାରୁ ଶତକଡା ୧୦୦% ଭିନ୍ନକ୍ଷମ ପ୍ରମାଣପତ୍ର ପାଇଛନ୍ତି। ପିତା ଭାସ୍କର ବିଶ୍ୱାଳ ଓ ମାତା ରମାମଣୀଙ୍କର ଏକ ମାତ୍ର ଝିଅ ହୋଇଥିବାବେଳେ ସେ ଜନ୍ମରୁ ଦୃଷ୍ଟି ଶକ୍ତି ସଂପୂର୍ଣ୍ଣ ହରାଇଛନ୍ତି। ବାପା ଜଣେ ବିପିଏଲ ଧାରୀ ହୋଇଥିବାବେଳେ ଝିଅ ପାଉଛି ମାତ୍ର ୩୦୦ ଟଙ୍କା ଭତ୍ତା ଭାସ୍କର ବିଶ୍ୱାଳଙ୍କ ପରିବାର କହିଲେ ପୁଅ ସରୋଜ କୁମାର ଝିଅ ସୁଲୋଚନା ଓ ସ୍ତ୍ରୀ ରମାମଣୀ। ସରକାର ବାର୍ଦ୍ଧକ୍ୟ, ବିକଳାଙ୍ଗ, ଭିନ୍ନକ୍ଷମ ଓ ଆର୍ଥିକ ଅନଗ୍ରସର ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଅସହାୟ ନିରାଶ୍ରୟ ମାନଙ୍କୁ ଥଇଥାନ କରିଆସୁଥିଲେ ମଧ୍ୟ ସୁଲୋଚନା ପାଇଁ ଆଶ୍ରୟ ହୋଇଛି ସାତସପନ। କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ଗୃହ ମିଳିପାରୁ ଥିବାବେଳେ ନିରାଶ୍ରୟ ଓ ଭିନ୍ନକ୍ଷମଙ୍କ ପାଇଁ ଆବାସ ଯୋଜନାରେ ଗୃହ ଯୋଗାଣର ସରକାରୀ ନିୟମ ଥିଲେ ମଧ୍ୟ ଏଯାଏଁ ପାଇପାରିଲେ ନାହିଁ ରହିବା ପାଇଁ ବାସ ଗୃହଟିଏ ଭିନ୍ନକ୍ଷମ ସୁଲୋଚନା। ଗୃହ ମିଳିବାତ ଦୂରରକଥା ପରିବାର ସହିତ ପାଉଥିବା ରେସନକୁ ମଧ୍ୟ ଗତ ବର୍ଷ ଜୁନ ମାସ ଠାରୁ କାଟିଦେଲେ ସରକାର। ଭିନ୍ନକ୍ଷମ ସୁଲୋଚନା ରେସନ ପାଇବାରୁ ବଞ୍ଚିତହେବା ପାଇଁ କୌଣସି ରାଜନେତାଙ୍କର ହାତ ନାହିଁତ ? ଏ ବିଷୟରେ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କୁ ଯୋଗଯୋଗ କରିବାରୁ ଜଣେ ଭିନ୍ନକ୍ଷମକୁ ରେସନ ଓ ଆବାସ ଯୋଜନାରୁ କେହି ବଞ୍ଚିତ କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଭିନ୍ନକ୍ଷମ ସୁଲୋଚନାର କଟିଯାଇଥିବା ରେସନକୁ ପ୍ରଦାନ କରିବା ସଙ୍ଗେସଙ୍ଗେ ଏକ ଗୃହ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top