ଗଜପତି

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବାର୍ଷିକ ମିଳନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୩୧ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ଠାରେଥିବା ରାଧାଗୋବିନ୍ଦ ମଠ ପରିସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗଜପତି ଶାଖା ପକ୍ଷରୁ ଏକ ବାର୍ଷିକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ପକ୍ଷରୁ ପ୍ରତି ସପ୍ତାହରେ ସାପ୍ତାହିକ ମିଳନ ସହରର ପ୍ରତି ୱାର୍ଡରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବାର୍ଷିକ ମିଳନ କାର୍ଯ୍ୟକ୍ରମଟି ସଂଘର ପୁର୍ବତନ ସଦସ୍ୟ ଦିନବନ୍ଧୁ ଭାଇଙ୍କ ନାରେ ଉତ୍ସର୍ଗିକୃତ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ସାମ୍ପ୍ରତିକ ପରିସ୍ଥିତିରେ ସାରା ଦେଶରେ ବିରୋଧିମାନଙ୍କୁ କିପରି ପ୍ରତିହତ କରାଯିବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ଜିଲା ସଂଘ ପରିବାରର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଯୋଗଦେଇ ସ୍ୱୟଂ ସେବକ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲା ଭାଜପାର ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ସମ୍ପାଦକ ଗୌରାଙ୍ଗ ଗୌଡ, ରାମକୃଷ୍ଣ ଗୌଡ ପ୍ରମୁଖ ଯୋଗଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଦାମୋଦର ଜେନା, ଦାମୋଦର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top