ଓଡ଼ିଶା

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରେସ ବିବୃତ୍ତି ଆତ୍ମଘୋଷିତ ବ୍ୟକ୍ତି ପ୍ରତି ସାବଧାନ

ରାୟଗଡା ତା-୧୧/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଥମ ଥର ପ୍ରେସ ବିବୃତ୍ତି ଦେଇଛି। ରାୟଗଡା ଜିଲ୍ଲାରେ କିଛି ସ୍ବାର୍ଥନ୍ୱେଶୀ ବ୍ୟକ୍ତି ନିଜର ଅସାମାଜିକ କ୍ରିୟାକଳାପକୁ ସ୍ବାର୍ଥ ସାଧାନ ନିମନ୍ତେ ରାଷ୍ଟ୍ରୀୟ ସ୍ବୟଂ ସେବକର ନାମକୁ ଅପବ୍ୟବହାର କରି ନିଜକୁ ସ୍ବୟଂ ସେବକ ପରିଚୟ ଦେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ଚାନ୍ଦା ସଂଗ୍ରହ କରିବା ଧମକ ଚମକ ଦେଇ ଭୟଭୀତ କରିବା ଭଳି କାର୍ଯ୍ୟକୁ ସଂଘ ସମର୍ଥନ କରେ ନାହିଁ। ଏହା ସଂଘ ବିରୋଧୀ। ତେଣୁ ଏଥିରୁ ସଂଘ ନିବୃତ ରହେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏକ ସାଂସ୍କୃତିକ ସାମାଜିକ ଏବଂ ସେବା ସଂଘଠନ ହୋଇଥିବା ଦୃଷ୍ଟିରୁ ଏଭଳି କାର୍ଯ୍ୟକୁ ସଂଘ ପ୍ରସୟ ଦିଏ ନାହିଁ। ତେଣୁ କୌଣସି ବ୍ୟକ୍ତି ଏଭଳି ଅରାଜକତା କାର୍ଯ୍ୟରେ ଲିପ୍ତ ରହି ସଂଘ କିମ୍ବା ତାହାର ଆନୁସଙ୍ଗିକ କ୍ଷେତ୍ରରେ ପରିଚୟ ଦେଇ ବିଭ୍ରାନ୍ତ କରନ୍ତି ତେବେ ତାହା ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଅଟେ।

ଏଣୁ ଏଭଳି ଆତ୍ମଘୋଷିତ ବ୍ୟକ୍ତିଙ୍କ ପ୍ରତି ସମାଜର ସମସ୍ତ ନାଗରିକ ସତର୍କ ରହିବା ଜରୁରୀ ଅଟେ। ଏଣୁ ଆମ ସଂଘ ବିନମ୍ର ସହ ସର୍ବସାଧାରଣରେ ନିବେଦନ କରି ଜଣାଉଛି ଯେ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଏହି ବିବୃତ୍ତି ରାୟଗଡ଼ ନଗର ସଂଘ ଚାଳକ ପ୍ରମୋଦ କୁମାର ମହାନ୍ତିଙ୍କ ଦସ୍ତଖତ ଥିବା ଚିଠି ନଂମ୍ବର ୩୫୮/୨୦୧୮ ତା-୧୨/୦୯/୨୦୧୮ ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଗତ କିଛିଦିନ ହେବ ରାୟଗଡା ଜିଲ୍ଲାରେ ଆତ୍ମଘୋଷିତ ଗୋରକ୍ଷକ ବ୍ୟକ୍ତିଜଣକ ଗୋଚାଲାଣ ବନ୍ଦ କରିବା ନାମରେ ଗୋଚାଲାଣକାରୀଙ୍କୁ ଧମକ ଦେବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯାଇ ଧମକଚମକ ଦେବା ସହ ଚାନ୍ଦା ମାଗିବା ଏବଂ ସଂଘର କାର୍ଯ୍ୟକର୍ତ୍ତା କହିବା ବିଷୟରେ ବହୁ ଚର୍ଚ୍ଚା ହେଉଥିଲା ଯଦ୍ବାରା ପ୍ରକୃତ ସଂଘ କର୍ମକର୍ତ୍ତାଙ୍କ ଉପରେ ଲୋକଙ୍କ ଆଶା ଓ ବିଶ୍ୱାସ ହରାଇବ ବୋଲି ଏଭଳି ବିବୃତ୍ତି ଦେଇଥିବା ଆଶା କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top