ରାଷ୍ଟ୍ରୀୟ ଲୋକ ଅଦାଲତ

ପୁରୀ;୧୦/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): ପୁରୀରେ ଅନୁଷ୍ଠିତ ହୋଇଛି ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜିଲ୍ଲା ଜଜ କୋଟ ସମେତ ନିମାପଡା ଓ ପିପିଲି କୋର୍ଟରେ ମଧ୍ୟ ଏହି ଅନୁଷ୍ଠିତ ହୋଇଥିଲା। ଜିଳ୍ଲା ଜଜ ଅମ୍ବୁଜ ମୋହନ ଦାସ, ପ୍ରତମ ଅତିରିକ୍ତ ଜିଲ୍ଲା ଜଜ ପ୍ରିୟଦର୍ଶୀ ପଟ୍ଟନାୟକ। ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ମୁରଲୀ ଧର ଦୋରା, ତୃତୀୟ ଅତିରିକ୍ତ ଜିଲ୍ଲା ଜଜ ସତ୍ୟ ନାରାୟଣ ଷଢଙ୍ଗୀ କୋର୍ଟ ରେଜିଷ୍ଟାର ଦେବ ଦତ ପଟ୍ଟନାୟକ ଏବଂ ମ୍ୟାନେଜର ସଂଜୟ କୁମାର ସାହୁ ପ୍ରମୁଖ ମାମଲା ଗୁଡିକରେ ବିଚାର କରି କ୍ଷତିପୂରଣ ବାବାଦ ଅର୍ଥ ପ୍ରଦାନ କରିବାକୁ ବୀମା ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ୧୭ ଟି ପରିବାର ବିବାଦ କେଶ ବିଚାର ପାଇଁ ଗ୍ରହଣ କରାଯାଇଥଇବା ବେଳେ ସେଥଇରୁ ୯ ଟି ଫଇସଲଶ ହୋଇଥିଲା ଏବଂ ଗୋଟିଏ କେଶର ପୁନଃ ମିଳନ ହୋଇଥିଲା। ଅଦାଲତରେ ସମୁଦାୟ ୧୭୮୨ ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ଅଦାଲତରେ ୪୩୮ ଟି କୋଟିର ଯାନ ଦୁର୍ଘଟଣା ଜନୀତ ମାମଲା ୪୧ ଟି ବ୍ୟାଙ୍କ ମାମଲା, ୬୧୫ ଟି ସିଭିଲ ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ମାମଲା ପରିଚାଳନାରେ ଆଇନଜିବୀ ପୁସ୍କର ମହାପାତ୍ର, ପ୍ରତିମା ମିଶ୍ର, ପ୍ରମୁଖ ସହଯୋଗିତା କରିଥିଲେ।

Leave a Reply

Your email address will not be published. Required fields are marked *