ଜିଲ୍ଲା ପରିକ୍ରମା

ରାଷ୍ଟ୍ରୀୟ ଲୋକ ଅଦାଲତ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଜିଲ୍ଲା ଓ ଦୌରା ଜଜ୍ ଅମ୍ବୁଜ ମୋହନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳିତ ହୋଇଥିଲା। ଅଦାଲତରେ ସମୁଦାୟ ୧୧୦୬ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଥିମଧ୍ୟରୁ ୧୩ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ବିଚାର କରାଯାଇ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଦାଲତରେ ୫୬୪ଟି ସିଭିଲ ମାମଲା, ୧୬୮ଟି ଫୌଜଦାରୀ ମାମଲା, ୧୮୬ଟି ମୋଟରଯାନ ଦୁର୍ଘଟଣା ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ସେହିପରି ନିମାପଡା କୋର୍ଟରେ ୫୭ଟି ମାମଲା ଓ ପିପିଲି କୋର୍ଟରେ ୧୮୬ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା। ଏତଦ୍ବ୍ୟତୀତ ୧୨୫ଟି କମ୍ପାଉଡ କେସ୍ ମଧ୍ୟ ବିଚାର ପାଇଁ ଗ୍ରହଣ କରାଯାଇଥିଲା। ଜିଲ୍ଲା ଜଜ୍ଙ୍କ ସମେତ ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶିୀ ପଟ୍ଟନାୟକ, ତୃତୀୟ ଅତିରିକ୍ତ ଜିଲ୍ଲା ଜଜ୍ ସତ୍ୟନାରାୟଣ ଷଡଙ୍ଗୀ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ମୁରଲୀଧର ଦୋରା ପ୍ରମୁଖ ମାମଲାଗୁଡିକ ପରିଚାଳନା କରିଥିବା ବେଳେ କୋର୍ଟ ରେଜିଷ୍ଟାର ମନୋଜ କୁମାର ଦୋରା, କୋର୍ଟ ମ୍ୟାନେଜର ସଞ୍ଜୟ କୁମାର ସାହୁ ମାମଲା ପରିଚାଳନାରେ ସହଯୋଗିତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top