ଜିଲ୍ଲା ପରିକ୍ରମା

ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୧୮

ନବରଙ୍ଗପୁର ୧୧-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମାମଲାର ବିଚାରଣ କରି ଋଣ ଟଙ୍କା, ଜରିମାନା ଓ କ୍ଷତି ପୂରଣ ରାଶି ଆଦାୟ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ୯ଟି ମାମଲା ଫଇସଲା କରାଯାଇ ୨, ୧୭, ୧୬୧ଟଙ୍କା ଋଣ ଆଦାୟ କରାଯାଇଛି। ସେହିଭଳି ବିଭିନ୍ନ କୋର୍ଟରେ ଫଇସଲା ନହୋଇ ରହିଥିବା ଦିବାନୀ ଓ ଫୌଜଦାରି ମକଦ୍ଧମା ଫଇସଲା ହୋଇ ୩୨୧ଟି କେସ ବାବଦକୁ ୪୩, ୬୯, ୪୯୪ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଗୋଟିଏ ଦୁର୍ଘଟଣା ଜନିତ କେସ ଫଇସଲା ହୋଇ ୨, ୦୦, ୦୦୦ ଟଙ୍କା କ୍ଷତି ପୂରଣ ରାଶି ଆଦାୟ କରାଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଜର୍ଜ ରାଜେନ୍ଦ୍ର ପାଣିଗ୍ରାହୀ, ଫ୍ୟାମିଲି କୋର୍ଟ ଜର୍ଜ ସଞ୍ଜିବ ଦୁବେ, ଅତିରିକ୍ତ ଜିଲ୍ଲା ଜର୍ଜ କୁମାରୀ ଗୌରୀମାଳୀ ମହାରାଣା, ସି ଜେ ଏମ ରା କେ ମହାପାତ୍ର, ସବ ଜର୍ଜ ଚୌଧୁରୀ ପ୍ରବୀର କୁମାର, ରେଜିଷ୍ଟ୍ରାର ଶିବ ପ୍ରସାଦ ମହାପାତ୍ର, ଏସ ଡି ଜେ ଏମ ଅମରେଶ ମହାପାତ୍ର, ଜେ ଏମ ଏଫ ସି ଗୁରୁ ଚରଣ ଜେନା ମଣି ମକଦ୍ଧମା ପରିଚାଳନା କରିଥିଲେ। ଏହି ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅଳ୍ପନା ସ୍ୱାଇଁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top