ଓଡ଼ିଶା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶହୀଦ ଚମ୍ପେଶ୍ୱରଙ୍କୁ ଅଶ୍ରୁଳ ବିଦାୟ

ରେଢ଼ାଖୋଲ, ୧୧/୯ (ଓଡ଼ିଆ ପୁଅ): ଭାରତୀୟ ସେନାବାହିନୀର ଆସାମ ରାଇଫଲ୍ସର ଶହୀଦ ଓଡ଼ିଆ ଯବାନ ଚମ୍ପେଶ୍ୱର ମହାକୁଡ଼ (୩୭)ଙ୍କୁ ଆଜି ତାଙ୍କ ନିଜ ଗ୍ରାମ ଧଉରାଖମଣରେ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ସହ ଅଶ୍ରୁଳ ବିଦାୟ ଦିଆଯାଇଛି। ତାଙ୍କ ୭ ବର୍ଷର ପୁଅ ଦେବଜିତ ମୁଖାଗ୍ନି ଦେବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭୁବନେଶ୍ୱରରୁ ସେନାବାହିନୀ ଗାଡ଼ିରେ ଚମ୍ପେଶ୍ୱରଙ୍କ ମରଶରୀର ରୋଢ଼ାଖୋଲରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଅନ୍ତିମ ଯାତ୍ରାରେ କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ତାଙ୍କ ନିଜ ଗ୍ରାମ ଧଉରାଖମଣକୁ ନିଆଯାଇଥିଲା। ଏହି ଅବସରରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ, ବିଡିଓ ପରୀକ୍ଷିତ ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ, ବିଜେପିର ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ଏସ୍ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢ଼ାଖୋଲ ଥାନାଧିକାରୀ ପ୍ରଶାନ୍ତ ସାମଲ, ବନ୍ଧୁପରିଜନଙ୍କ ସହ ପ୍ରାୟ ୮ହଜାର ଜନସାଧାରଣ ଉପସ୍ଥିତ ଥିଲେ। ଗତ ଶୁକ୍ରବାର ମଣିପୁରର ଚାନ୍ଦୋଲ ଜିଲ୍ଲା ଅନ୍ତର୍ଗତ ଜୁପିଠାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଚମ୍ପେଶ୍ୱର ପ୍ରାଣ ହରାଇଥିଲେ। ଭାରତ-ମ୍ୟାମାର ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରୁ ଚମ୍ପେଶ୍ୱରଙ୍କ ମରଶରୀର ଇମ୍ଫାଲ ଅଣାଯାଇ ସେଠାରୁ ଭୁବନେଶ୍ୱର ଦେଇ ଧଉରାଖମଣ ପହଞ୍ଚିଥିଲା। ଚମ୍ପେଶ୍ୱର ୨୦୦୧ ମସିହାରେ ସେନାରେ ଭର୍ତ୍ତି ହୋଇଥିଲେ। ନିଯୁକ୍ତି ପରଠାରୁ ସେ ଆସାମ ରାଇଫଲ୍ସ ରେଜିମେଣ୍ଟରେ ନିୟୋଜିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top