ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଦିବସ

ଜଗତସିଂହପୁର, ୧୩/୧୧(ଓଡ଼ିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ)ଜିଳ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଳ୍ଲା ଓ ଦୌରାଜଜ୍ ଭଗବାନ ପ୍ରଧାନ କହିଲେ ମଣିଷ ମୌଳିକ ଅଧିକାର ନେଇ ଜନ୍ମ ହୋଇଥାଏ ସମାରେ ରହିବା ବେଳେ କିଛି ନିତିନିୟମରେ ସମସ୍ତେ ବନ୍ଧା ହୋଇ ରହିଥାନ୍ତି। ସମ୍ବିଧାନର ଅଧିକାର ଓ ନିୟମ ପ୍ରଣୟନ କରାଯାଇଛି। ଆଇନସେବା ପ୍ରାଧିକରଣରେ ଆଇନ ସେବା ଯୋଗାଇ ଦିଆଯାଉଛି। ତେଣୁ ଏ ସଂପର୍କରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ। ଜିଲ୍ଲା ଆଇନସେବା ପ୍ରାଧିକରଣର ସେକ୍ରେଟାରୀ ସ୍ରୋତସ୍ୱିନୀ କର ଯୋଗଦେଇ କହିଲେ ଏ ବର୍ଷ ରଷ୍ଟ୍ରୀୟ ଆଇନ ସେବା ଦିବସ ନଭେମ୍ବର ୯ରୁ ୧୮ ପର୍ଯ୍ୟନ୍ତ ପାଳନ କରାଯାଉଛି। ଆଇନ ସହାୟତା ସଂପର୍କରେ ସମସ୍ତଙ୍କୁ ସଚେତନ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଘରକୁ ଘର ବୁଳି ପ୍ରଚାରପତ୍ର ବଣ୍ଟନ କରାଯାଉଛି। ଏଥିରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ଏହି ଦିବସ ପାଳନ ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଷ୍ଟୁଡେଣ୍ଟ ଲିଗାଲ ଲିଟେରାସୀ କ୍ଲବ ପକ୍ଷରୁ ସଂପ୍ରତିକ ପରିସ୍ଥିତିରେ ନାରୀମାନଙ୍କ ସୁରକ୍ଷା ସଂର୍ପକୀତ ନାଟକ “ପରିବର୍ତ୍ତନ” ପରିବେଷଣ କରାଯାଇଥିଲା। ଉକ୍ତ ନାଟକକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ପଣ୍ଡା। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମହିଳା, ଶିଶୁ, ଅନୁସୂଚିତ ଜାତି ଜନଜାତି, ଦଙ୍ଗାଗ୍ରସ୍ତ ବ୍ୟକ୍ତି, ଭିନ୍ନକ୍ଷମ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରପିଡିତ ଲୋକଙ୍କୁ ମାଗଣାରେ ଆଇନସେବା ଯୋଗାଇ ଦିଆଯାଏ। ଏହି କାର୍ଯ୍ୟକ୍ରମରେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ନୂତନ ଭାବେ ଗଠିତ ପରିବାର ମଙ୍ଗଳ କମିଟିର ସଦସ୍ୟ ମହେନ୍ଦ୍ର ଆଚାର୍ଯ୍ୟ, ନିରୁପମା ମିଶ୍ର, ଜ୍ୟୋର୍ତିମୟୀ ମହାନ୍ତି, ସୁଷମା ପ୍ରଧାନ, ଆଡଭୋକେଟ୍ ଲାଲା ବିକ୍ରମ କେଶରୀ ରାୟ, ରୁଦ୍ର ନାରାୟଣ ନାୟକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *