ରାଷ୍ଟ୍ରାୟତ ବ୍ୟାଙ୍କ ଲୁଟେରା ମୋଦି,ମାଲ୍ୟା ଓ କୋଠାରୀଙ୍କ ଗିରଫ ଦାବିରେ ସି.ଆଇ.ଟି.ୟୁର ବିକ୍ଷୋଭ

ଭଦ୍ରକ, ୨୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ହୋଇଥିବା ଦେଶବାସୀଙ୍କ ଝାଳ ବୁହା ଟଙ୍କାକୁ ମୋଦିଙ୍କ ବାହୁ ଛାୟା ତଳେ ଆଶ୍ରିତ ଲୁଟେରା ଲଳିତ ମୋଦି, ନୀରଭ ମୋଦି , କୋଠାରୀ ଓ ରାଜ୍ୟସଭା ସଭ୍ୟ ବିଜୟ ମାଲ୍ୟା ଦିବାଲୋକରେ ହଜାର ହଜାର ଟଙ୍କା ନେଇ ବିଦେଶରେ ଅୟେଷ କରୁଛନ୍ତି । ବିମୁଦ୍ରୀକରଣ ନାରେ ସବୁ ଜିନିଷର ଦରବୃଦ୍ଧି ସହିତ ଜି.ଏସ.ଟି ଲାଗୁ କରି ପଲ୍ଲୀ ରୁ ଦୀଲ୍ଲୀ ଯାଏଁ ସାଧାରଣ ମଣିଷଙ୍କ ଆର୍ଥିିକ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ଦେଶର ଗଣତନ୍ତ୍ର, ସାର୍ବଭୌମତ୍ତ୍ୱ ଓ ଆର୍ଥିକ ସ୍ୱଚ୍ଛଳତାକୁ ଲୁଟ କରି ଦେଶରେ ଥିବା ୬୫୦ଜିଲ୍ଲରୁ ୬୩୫ ଜିଲ୍ଲାରେ ବିଜେପିର ବିରାଟ ଅଟାଲିକାର କାର୍ଯ୍ୟାଳୟମାନ ନିର୍ମାଣ ଓ ଦୀଲ୍ଲୀରେ ୧ଲକ୍ଷ ୭୦ ସ୍କୋୟାର ଫୁଟର ୩ ମହଲା ଗୃହର କାର୍ଯ୍ୟାଳୟକୁ ଏବେ ଉଦଘାଟନ କରାଯାଇଛି । ତେବେ ବିଜେପି ଦଳ ଏତେ ପରିମାଣର ଅର୍ଥ ବିମୁଦ୍ରୀକରଣ ସମୟରେ ହାତେଇ ଗରିବଙ୍କୁ ତଳକୁ ଠେଲି ଦେଇଛନ୍ତି । ଯାହାର ପ୍ରତିବାଦରେ ଆଜି ସି.ଆଇ.ଟି.ୟୁ ଭଦ୍ରକ ପକ୍ଷରୁ ବାଇପାସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲା । ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସି.ଟୁର ନେତା ରାଧା ଦାସ, କାଳନ୍ଦୀ ପାତ୍ର, କଳ୍ପତରୁ ଜେନା, ପ୍ରତାପ ସେଠୀ, ବିଷ୍ଣୁ ଦାସ, ଶାନ୍ତିଲତା ନାୟକ, ସନା ଉଲ୍ଲା, ସୁବ୍ରତ ସାମଲ, ତାପସ ଘଢେଇ, ସେକ ସତାରୁଦ୍ଦିନ, ନରେନ୍ଦ୍ର ଦାସ, ପ୍ରଦୀପ ନାୟକ, ଗିରିଧାରୀ ନାଥ, ପ୍ରଫୁଲ ପାଢୀ ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନିତୀକୁ  ସମାଲୋଚନା କରି ଗିରଫ ଦାବି କରିଛନ୍ତି  ।

Leave a Reply

Your email address will not be published. Required fields are marked *