ad
ଓଡ଼ିଶା

ରାଷ୍ଟ୍ରପତି ଭବନରେ ‘ଏଲପିଜି ପଂଚାୟତ’ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଦେଶରେ ଏକ ଲକ୍ଷ ପଂଚାୟତ ଆୟୋଜନର ଲକ୍ଷ

ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦର ଆଜି (୧୩ ଫେବୃଆରୀ, ୨୦୧୮)ର ରାଷ୍ଟ୍ରପତି ଭବନରେ ‘ଏଲପିଜି ପଂଚାୟତ’ର ଆୟୋଜନ କରିଥିଲେ। ଏଲପିଜି ପଂଚାୟତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସହଯୋଗରେ ଆୟୋଜନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଏଲପିଜି ଉପଭୋକ୍ତାଙ୍କ ସହ ଆଲୋଚନା କରିବା, ପରସ୍ପର ଠାରୁ ଶିଖିବା ତଥା ଅଭିଜ୍ଞତା ବାଂଟିବା ଲାଗି ମଂଚ ପ୍ରଦାନ କରିବା। ପ୍ରତ୍ୟେକ ଏଲପିଜି ପଂଚାୟତରେ ପାଖାପାଖି ୧୦୦ ଏଲପିଜି ଉପଭୋକ୍ତା ଏଲପିଜିର ସୁରକ୍ଷିତ ଏବଂ ନିରନ୍ତର ଉପଯୋଗ, ଏହାର ଲାଭ ଏବଂ ରୋଷେଇ କରିବାରେ ସ୍ୱଚ୍ଛ ଇନ୍ଧନ ଏବଂ ମହିଳା ସଶକ୍ତିକରଣ ମଧ୍ୟରେ ସମ୍ପର୍କ ଉପରେ ଆଲୋଚନା କରିବା ଲାଗି ନିଜ ବାସସ୍ଥାନ ନିକଟରେ ଏକତ୍ରିତ ହୋଇଥା’ନ୍ତି। ୩୧ ମାର୍ଚ୍ଚ, ୨୦୧୯ ପୂର୍ବରୁ ସାରା ଦେଶରେ ଏପରି ଏକ ଲକ୍ଷ ପଂଚାୟତ ଆୟୋଜନ କରିବା ଲାଗି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମହିଳା ସଶକ୍ତିକରଣ ସୁଦୃଢ଼ ହେଉଛି। ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦ୍ୱାରା ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଜରିଆରେ ସାମାଜିକ ନ୍ୟାୟ ପ୍ରଦାନ ଲାଗି କରାଯାଉଥିବା ପ୍ରୟାସ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଉଜ୍ଜ୍ୱଳା ଯୋଜନାର ଅଂଶବିଶେଷ ସ୍ୱରୂପ ଏଲପିଜି ପଂଚାୟତର ଆୟୋଜନ ଯଥେଷ୍ଟ ଉପଯୋଗୀ ସାବ୍ୟସ୍ତ ହେବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top