ଓଡ଼ିଶା

ରାଷ୍ଟ୍ରପତି ପୁରସ୍କୃତ ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ରାଷ୍ଟ୍ରପତି ପୁରସ୍କୃତ ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ପାଟଣା,ତା୨୮/୦୨(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନାମଧନ୍ୟ ରାଜ୍ୟପାଳ ଓ  ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିବା ପ୍ରଧାନଶିକ୍ଷକ ଗୌରହରୀ ମହାନ୍ତଙ୍କୁ ଆଜି ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଧାନବେଣୀ ଓ ତେଣ୍ଡରା ଗ୍ରାମର ବହୁ ଶୁଭେଛୁ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତଙ୍କୁ ଗ୍ରାମରେ ପରିକ୍ରମା କରାଇ ବିଦ୍ୟାଳୟକୁ ପାଛୋଟି ଆଣିବା ପରେ ମହାପାଟ ହାଇସ୍କୁଲ ବାଇକଳାର ସହକାରୀ ଶିକ୍ଷକ ମନୋରଞ୍ଜନ ପହିଙ୍କ ସଂଯୋଜନାରେ ଓ ଶିକ୍ଷାବିତ ନେତ୍ରାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଲଳିତ କୁମାର ମହାନ୍ତ, ସମ୍ମାନୀତ ଅତିଥି ଭାବେ କପୁଣ୍ଡି ସରପଞ୍ଚ ବିଜୟ ପଇଦା, ସମିତି ସଭ୍ୟ ତଥା ସାମ୍ବାଦିକ ମହେଶ୍ୱର ପୃଷ୍ଟି, ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହନାଥ ସିଂହ, ସଚ୍ଚିଦାନନ୍ଦ ପରିଡା, ବଳରାମ ମହାନ୍ତ, ସାହାରପଡା ଏବିଇଓ କ୍ଷେତ୍ରମୋହନ ମହାନ୍ତ ଓ ବିନୋଦ ରାଉତ, ହରିହର ମହାନ୍ତ, ସୁକାନ୍ତ କୁମାର ମହାନ୍ତ, ଅବସରପ୍ରାପ୍ତ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ହଳଧର ମହାନ୍ତ, ଲୋକନାଥ ମହାନ୍ତ, ଶ୍ରୀନିବାସ ସେଠୀ, କ୍ଲଷ୍ଟର ସଂଯୋଜକ ଦିଲ୍ଲୀପ କୁମାର ସେଠୀ, ସମାଜସେବୀ ଦୁଃଶାସନ ମହାନ୍ତ, କରଞ୍ଜିଆ ଏବିଇଓ ବିପିନ ବିହାରୀ ବାରିକ ପ୍ରମୁଖ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ବର୍ତ୍ତମାନର ଛାତ୍ରଛାତ୍ରୀ, ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରୀ ମହାନ୍ତଙ୍କ ଛାତ୍ର ବସô୍ୟଳତା ଓ ମହନୀୟ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ନିଜ ବିଦ୍ୟାଳୟ, ବୁଦ୍ଧିଜୀବି, ଶିକ୍ଷକ ସଂଘ, ଅଭିଭାବକମାନଙ୍କ ପକ୍ଷରୁ ଶ୍ରୀଯୁକ୍ତ ମହାନ୍ତଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ବିଦ୍ୟାଧର ଦାଶ ଉପାୟନ ଓ ମାନପତ୍ର ଦେଇ ଶ୍ରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଧାନବେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିୟମ୍ବଦା ସେଠୀ, କୁସୁମିତା ମଞ୍ଜରୀ ସେଠୀ, ପ୍ରମୋଦିନୀ ମହାନ୍ତ, ଶ୍ରୀନିବାସ ସେଠୀ, ପ୍ରଦୀପ ମହାନ୍ତ ଓ କନକଲତା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top