ଓଡ଼ିଶା

ରାଷ୍ଟ୍ରପତିଙ୍କ ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମରେ ନେତାଜୀ ଜନ୍ମସ୍ଥାନକୁ ଆସିଥିବାରୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ମହାମହିମ ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟକ୍ରମ ଦେଶର ବଳିଦାନୀ ଓ ନେତାଜୀଙ୍କ ଭଳି ବଳିଦାନର ପରମ୍ପରା ପ୍ରତି ଗଭୀର ସମ୍ମାନ

ଭୁବନେଶ୍ୱର, ୧୭ ମାର୍ଚ୍ଚ (ଓଡ଼ିଆ ପୁଅ) – ମହାମହିମ ରାଷ୍ଟ୍ରପତି ତାଙ୍କର ପ୍ରଥମ ଓଡିଶା ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥାନ ଜାନକୀନାଥ ଭବନ ଯାଇ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ନେତାଜୀଙ୍କ ଜନ୍ମସ୍ଥାନକୁ ଆସିଥିବାର କୁହା ଯାଉଛି। ମହାମହିମ ରାଷ୍ଟ୍ରପତିଙ୍କର ଏହି କାର୍ଯ୍ୟକ୍ରମ ଦେଶର ବଳିଦାନୀ ଓ ନେତାଜୀଙ୍କ ଭଳି ବଳିଦାନର ପରମ୍ପରା ପ୍ରତି ଗଭୀର ସମ୍ମାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ନେତାଜୀଙ୍କ ଜନ୍ମସ୍ଥାନରେ ନେତାଜୀଙ୍କ ଦସ୍ତଖତ ସମ୍ବଳିତ କାଗଜ ଓ ଜନ୍ମସ୍ଥାନ ବୁଲି ରାଷ୍ଟ୍ରପତି ମହୋଦୟ ଅତ୍ୟନ୍ତ ଖୁସୀ ହେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମହାମହିମ ରାଷ୍ଟ୍ରପତି କଟକ ପହଂଚିବା ପରେ କଟକର ଜନ ସାଧାରଣ ଯେପରି ହାତରେ ତ୍ରିରଙ୍ଗା ଧରି ବଡ ସଂଖ୍ୟାରେ ଉପସ୍ଥିତ ରହି ଉଚ୍ଛସିତ ସମ୍ବର୍ଧନା ଜଣାଇଲେ ମହାମହିମ ରାଷ୍ଟ୍ରପତି ବହୁତ ଖୁସି ହୋଇଛନ୍ତି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top