ଓଡ଼ିଶା

ରାଷ୍ଟ୍ରପତିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ

– ବିଜୁ ପଟ୍ଟନାୟକଙ୍କର ପୈତୃକ ଘର, ଆନନ୍ଦ ଭବନକୁ ଓଡିଶାର ଲୋକମାନଙ୍କୁ ‘ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଶିକ୍ଷା କେନ୍ଦ୍ର’ ସମର୍ପିତ କରିବା ପାଇଁ ଆମନ୍ତ୍ରିତ କଲେ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଓଡିଶାର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ସୌଜନ୍ୟ ବୈଠକ ସମୟରେ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତରେ ଆସି ଓଡିଶାର ଲୋକମାନଙ୍କୁ ‘ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଶିକ୍ଷା କେନ୍ଦ୍ର’ ସମର୍ପିତ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି ରାଷ୍ଟ୍ରୀୟ ଏବଂ ଅନ୍ତର୍ରାଷ୍ଟ୍ରୀୟ ପର୍ଯଟକମାନଙ୍କୁ ଏହି ଐତିହାସିକ ଭବନ ଗସ୍ତ କରିବାର ଅବସର ମିଳିବ ଯାହାକି ସ୍ଵତନ୍ତ୍ରତା ସଂଗ୍ରାମ ସମୟରେ ଅସଂଖ୍ୟ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟର ସାକ୍ଷୀ ଅଟେ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜୁ ପଟ୍ଟନାୟକଙ୍କ ସନ୍ତାନମାନଙ୍କ ଦ୍ଵାରା ଓଡିଶାର ଲୋକମାନଙ୍କର ବିଜୁ ପଟ୍ଟନାୟକଙ୍କ ପ୍ରତି ପ୍ରେମ ଏବଂ ସ୍ନେହ ପାଇଁ ଓଡିଶାର ଲୋକମାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ଦାନ ଦିଆଯାଇଛି।

କିମ୍ବଦନ୍ତି ପୁରୁଷ ବିଜୁ ପଟ୍ଟନାୟକଙ୍କର ପୈତୃକ ଘର, ଆନନ୍ଦ ଭବନକୁ ନିକଟରେ ରାଜ୍ୟ ସରକାର ଏକ ମ୍ୟୁଜିୟମ ଏବଂ ଲର୍ଣ୍ଣିଙ୍ଗ ସେଣ୍ଟରରେ ପରିବର୍ତ୍ତିତ କରିଛନ୍ତି। ଯେଉଁଠାରେକି ବିଜୁ ପଟ୍ଟନାୟକଙ୍କର ପିଲାବେଳର ଫଟୋ, ସ୍ମୃତି ଏବଂ ତାଙ୍କର ବ୍ୟବହୃତ ବସ୍ତୁ ଏବଂ ଅନ୍ୟ ଦୁର୍ଲଭ ବ୍ୟକ୍ତିଗତ ଲେଖା, ପୁସ୍ତକ, ଭାରତ ଏବଂ ଇଣ୍ଡୋନେସିଆର ସ୍ଵତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ବିଷୟରେ ଜଣାପଡ଼ିବ।

ମୁଖ୍ୟମନ୍ତ୍ରୀ ଭାରତର ରାଷ୍ଟ୍ରପତିଙ୍କୁ “ଦ ଟଲ ମ୍ୟନ ବିଜୁ ପଟ୍ଟନାୟକ” ପୁସ୍ତକକୁ ମଧ୍ୟ ପ୍ରଦାନ କରିଥିଲେ। ସୁନ୍ଦର ଗଣେଶନଙ୍କ ଦ୍ଵାରା ଲିଖିତ ଏହି ପୁସ୍ତକ ମହାନ ନେତା ବିଜୁ ପଟ୍ଟନାୟକଙ୍କ ଉପରେ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ।

ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କର ଅଦ୍ଵିତୀୟ ଭାବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଏବଂ ଆନନ୍ଦ ଭବନକୁ ଓଡିଶାର ଲୋକମାନଙ୍କୁ ଶୀଘ୍ର ସମର୍ପିତ କରିବାର ନିମନ୍ତ୍ରଣ ସ୍ଵୀକାର କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top