ଜିଲ୍ଲା ପରିକ୍ରମା

ରାଷ୍ଟ୍ରଦୂତ ଗୁରଜିତ ସିଂଙ୍କ, ଦ୍ୱାରା ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ ରେ କର୍ମଶାଳା

ଭୁବନେଶ୍ୱର ୧୯ -୬ (ଓଡ଼ିଆ ପୁଅ) ଜୁନ ୧୮ ୨୦୧୮ ରେ ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ ପରିସର ରେ ଏକ କର୍ମଶାଳାର ଆୟେଜନ କରାଯାଏଥିଲା। ଏହି ସମ୍ମିଳନୀ ରେ ରାଷ୍ଟ୍ରଦୂତ ଗୁରଜିତ ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀ ସିଂ ଏକାଧାରରେ ଜଣେ ଲେଖକ, ସ୍ତମ୍ଭ ଲେଖକ, ବହୁ ଭାଷା ନିପୁଣ, ସୁଦକ୍ଷ ପ୍ରଶାସକ ଏବଂ ଉଚ୍ଚକୋଟୀର ଶିକ୍ଷାବିତ, ସେ ବର୍ତମାନ ଆଇ ଆଇ ଟି, ଇନ୍ଦୋର ଜଣେ ମାନଦୀୟ ପ୍ରଫେସସର ଭାବେ ଅବସ୍ଥାପିତ ଅଛନ୍ତି।

ଶ୍ରୀ ସିଂ ନିଜ ବକ୍ତ୍ୟବରେ ଶିକ୍ଷାକୁ କିପରି ମୁଗ୍ଧକର ଓ ଚିତ୍ତାକର୍ଷକା କରିହେବ ସେ ବିଷୟରେ ଅବଗତ କରିଥିଲେ। ସେ ବିଭିନ୍ନ ଭାଷା ଉପରେ ଚର୍ଚା କରିଥିଲେ। ଭାଷା ଏକ ସହଯୋଗର ମାଧ୍ୟମ ଯାହା କାର୍ୟ୍ୟ ସମ୍ପାଦନା କରିବାରେ ସାହାଯ୍ୟ କରେ। ସେ ଶେଣୀଗୃହ ରେ କିପରି ମୂଲ୍ୟବୋଧତା ଶିଷ୍ଟାଚାର ଦ୍ୱାରା ଗଠନ କରାଯାଏପରିବା ସେ ବିଷୟରେ ଗୁରୁତ୍ୱ ଦେଇଥିଲେଜ୍ଝ ଏହି ମୂଲ୍ୟବୋଧତା ପୁରୁଷ ମାନଙ୍କୁ ନାରୀ ମାନଙ୍କ ସଂମାନ ଓ ବ୍ୟବହାର କରିବାରେ ସାହାଜ୍ୟ କରିବା। ନାରୀ ମାନେ ସାମାଜିକ ଅର୍ଥନୀତି ରେ ନିଜର ଭାଗିଦାର ସାବ୍ୟତା କରିବାକୁ ସେ ପ୍ରୋତ୍ସାହନ ଦେଇଥିଲେ।ଡିଜିଟାଲ ଯୁଗରେ ଇଂଗ୍ରାଜୀ ଭାଷା କିପରି ଜନସାଧାରଣଙ୍କର ଏକ ଅତି ଆବଶ୍ୟକତାରେ ପରିଣତ ହୋଏଛି ସେ ବିଷୟରେ ଆଲୋକପାତ କରିଥିଲେ।ଯଦିଓ ଆଞ୍ଚଳିକ ଓ ବିଭିନ୍ନ ଅନ୍ତର୍ଜାତୀୟ ଭାଷାର ଗୁରୁତ୍ୱ ସାହିତ୍ୟ କ୍ଷେତ୍ରରେ ରହିଛି, ବିଜ୍ଞାନ ରେ ସେସବୁ ଭାଷା ଏତେ ଅଗ୍ରସର ନୁହଁ।କୌଣସି ଅନଲାଇନ କାର୍ୟ୍ୟ କରିବା ନିମିତ୍ତ ଇଂଗ୍ରାଜୀ ଭାଷା ଏକ ଗୁରୁତ୍ୱପୂର୍ଣ ମାଧ୍ୟମ।ଆଧୁନିକ ଯୁଗରେ ଶିକ୍ଷାବିତ୍ ମାନେ ଯେଊଁ ନିତିଗତି ଦ୍ଵଧା ରେ ପଡୁଛନ୍ତି ସେ ବିଷୟରେ ସେ ବହୁତ ସୁନ୍ଦର ଦୃଷ୍ଟାନ୍ତ ମାନ ଦେଇଥିଲେ।ବିଦେଶରେ ଭାରତୀୟ ମାନେ ଉତ୍କୃଷ୍ଟତା ହାସଲ କଲେ ମଧ୍ୟ ବୈଜ୍ଞାନିକ ଆବିଷ୍କାର ସେମାନେ ଭାରତରେ ରହି କହିଁକୀ କରିପାରୁନାହାନ୍ତି, ତାହା ଆଶ୍ଚର୍ୟ୍ୟଜନକ।ତେଣୁ ସମ୍ମଳିତ ଭାବେ ଗବେଷଣା କରିବା ଦରକାର।ସେ ଆଫ୍ରିକୀୟ ସ୍ୱାହିଲି ଶବ୍ଧ “ହାରାମ୍ବେ” ଓ ସୋନା ଶବ୍ଧ “ଉବନ୍ତୁ ” ମାଧମରେ ବୁଝେଇବାକୁ ଚେଷ୍ଟା କରିଥିଲେ ଯେ ଶିକ୍ଷାବିତ୍ ଓ ବୈଜ୍ଞାନିକ ମାନଙ୍କ ମିଳିତ ଉଦ୍ୟମ ହିଁ ଆଜିର ଆହ୍ୱାନ।

ଶ୍ରୀ ନନ୍ଦଲାଲ, କୁଳପତି ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ, ଶ୍ରୀ ସିଂଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ତାଙ୍କର ଚିନ୍ତାଧାରା କୁ ପ୍ରଶଂସା କରିଥିଲେ। ଏହି କର୍ମଶାଳାରେ ଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ ରେଜିଷ୍ଟ୍ରାର କମୋଡୋର ଘନଶ୍ୟାମ ଓଝା, ଶ୍ରୀ ନରେନ୍ଦ୍ର ଲମ୍ବା, କାର୍ୟ୍ୟ ନିଵାହୀ ନିର୍ଦେଶକ, ବିଶ୍ଵବିଦ୍ୟଳୟ ର ବିଭିନ୍ନ ବିଭାଗର ଶିକ୍ଷକ ମାନେ ଯୋଗ ଦେଇଥିଲେ। କର୍ମଶାଳା ଶେଷରେ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା, ଡିନ, ଛାତ୍ରଛାତ୍ରୀ ବ୍ୟପାରଶ୍ରୀ ଶ୍ରୀ ବିଶ୍ଵବିଧ୍ୟାଳୟ, ଶ୍ରୀ ସିଂ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହିଭଳି କର୍ମଶାଳା ବହୁ ଉପଯୋଗୀ ଏବଂ ଅଭିଜ୍ଞ ବ୍ୟକ୍ତି ଙ୍କ ଅନୁଭୂତିରୁ ବହୁତ କିଛି ଶିକ୍ଷା ଗ୍ରହଣ କରିହୁଏ ବୋଲି ଅଧ୍ୟାପକ ଅଧ୍ୟାପିକା ମାନେ ମତବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top