ରାଷ୍ଟ୍ରୀୟ ଗରିମା ଡ଼ିଗିନିଟ୍ ମାର୍ଚ୍ଚ ଅଭିଯାନ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶିଶୁ ଓ ମହିଳାଙ୍କ ପ୍ରତି ଦିନକୁ ଦିନ ବଢିଯାଇଥିବା ହିଂସା ଓ ଯୌନ ନିର୍ଯ୍ୟାତନା ସୀମା ଉଲଂଘନ କରିଥିବା ବେଳେ ସମଗ୍ର ଦେଶରେ ସଚେତନତା ସୃଷ୍ଟି ପାଇଁ ମୁମ୍ବାଇ ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଷ୍ଟ୍ରିୟ ଗରିମା ଅଭିଯାନ ବିଭିନ୍ନ ରାଜ୍ୟ ପରିକ୍ରମା କରିଅଛି। ଏହି ଅଭିଯାନର ଭଦ୍ରକ ଜିଲ୍ଲାରେ ଅବତିର୍ଣ୍ଣ ହୋଇ ରୟାଲ କମର୍ସ ଓ ସାଇନ୍ସ କଲେଜ ସଭାଗୃହରେ ସ୍ୱଚ୍ଛୋସେବୀ ସଂସ୍ଥା ଦି ହ୍ୟୁମାନ୍ ରାଇଟ୍ସ ଫାଉଣ୍ଡେସନ୍ ଏବଂ ସୋସାଇଟ୍ ଫର ଉଇକର କମିଟି ଦ୍ୱାରା ପରିଚାଳିତ ଚାଇଲ୍ଡ ଲାଇନ୍ (ଆସିଆନା) ସହଯୋଗରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁମଙ୍ଗଳ କମିିଟି ଡ଼. ସୁଦର୍ଶନ ବାରିକ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ମୁଖ୍ୟ ବକ୍ତା ଆସିଆନାର ସମ୍ପାଦିକା ସୋଫିଆ ସେକ୍, ହ୍ୟୁମାନ୍ ରାଇଟ୍ସର ଫାଉଣ୍ଡେସନର ସଂପାଦକ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଯୋଗଦେଇ ଏକ ସୁସ୍ଥ ସମାଜ ପ୍ରତିଷ୍ଠା ପାଇଁ ଶିଶୁ ଏବଂ ମହିଳା ଯୌନଶୋଷଣ ହିଂସା ଏବଂ ବିଭିନ୍ନ ନିର୍ଯ୍ୟାତନାରୁ ରକ୍ଷା କରିବାକୁ ସାମଗ୍ରିକ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ରାଷ୍ଟ୍ରିୟ ଗରିମା ଅଭିଯାନର ସ୍ୱାଭିମାନ ଯାତ୍ରାରେ ଯୌନ ଶୋଷଣରେ ପୀଡ଼ିତା ମହିଳା ଗଣ ନିଜ ଜୀବନର ତିକ୍ତ ଅନୁଭୂତି ସମ୍ବନ୍ଧରେ ପ୍ରକାଶ କରିଥିଲେ।
