ad
ଜିଲ୍ଲା ପରିକ୍ରମା

ରାମେଶ୍ୱର ସାହିତ୍ୟ ସଂସଦର ୯ମ ଆଲୋଚନା ଚକ୍ର

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାମେଶ୍ୱର ସାହିତ୍ୟ ସଂସଦର ନବମ ଆଲୋଚନା ଚକ୍ର ପଂଚାୟତ କଲ୍ୟାଣ ମଣ୍ଡପ ପରିସରରେ ସଭାପତି ଚିତ୍ତରଂଜନ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କୋଷାଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ‘ଆମ ଭାଗବତ’ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂପାଦକ ଡ. ବଳରାମ ମିଶ୍ର ପୂର୍ବ ଆଲୋଚନା ଚକ୍ରର ବିବରଣୀ ପାଠ କରିଥିଲେ। ସହ ସଂପାଦକ ଦୁଃଶାସନ ଗାହାଣ ‘ଆମ ଭାଗବତ’ ଉପରେ ବକ୍ତବ୍ୟ ରଖିବା ସହ ଭାଗବତ ଉପରେ ଏକ ମାର୍ଜିତ ପ୍ରବନ୍ଧ ପ୍ରସ୍ତୁତ କରିଥିଲେ। ଜଗନ୍ନାଥ ଦାସ ଉଚ୍ଚକୋଟୀର ସଂସ୍କୃତ ପଣ୍ଡିତ ଥିଲେ ଓ ତାଙ୍କର ‘ଭାଗବତ’ ସଂସ୍କୃତ ଭାଗବତର ଅନୁବାଦ ବୋଲି ସେ କହିଥିଲେ। ତାଙ୍କ ଅନୁବାଦରେ ଭାଷାର ଶକ୍ତି ଓ କାବ୍ୟଭାଷା ନିର୍ମାଣର ପରମ ଓ ପବିତ୍ର କୃତୀତ୍ୱ ଅନନ୍ୟ। ଭାବ ଠିକ୍ ରଖି, ବୋଧଗମ୍ୟ ଭାଷା ସହ ପ୍ରକାଶ କରିବା କିଛି କମ୍ କଥା ନୁହେଁ ବୋଲି ଶ୍ରୀ ଗାହାଣ ମତ ପ୍ରକାଶ କରିଥିଲେ। ଭାଗବତରେ ଜଗନ୍ନାଥ ଦାସଙ୍କ ସମର୍ପଣ ଭାବଟି ସୁସ୍ପଷ୍ଟ। ତେଣୁ ଏଥିରେ ଆଲେଶଚନା କରିବାର ସୁଯୋଗ ମଧ୍ୟ ନଥାଏ। ଐତିହାସିକ ରାଇମୋହନ ମହାପାତ୍ର ଷୋଡଶ ଶତାବ୍ଦୀର କବି ଜଗନ୍ନାଥ ଦାସଙ୍କୁ ପ୍ରଥମ ଉଚ୍ଚକୋଟୀର କବି ଓ ସର୍ବଶ୍ରେଷ୍ଠ କବି ଭାବରେ ଅଭିହିତ କରିଥିଲେ। ଆଲୋଚନାରେ ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ, ଜଗବନ୍ଧୁ ଦାଶ, ଡ. ବଳରାମ ମିଶ୍ର, ପଣ୍ଡିତ ରତ୍ନାକର ମିଶ୍ର ଓ ହୃଷିକେଶଡ ବିଶ୍ୱାଳ ଅଂଶ ଗ୍ରହଣ କରିଥିଲେ। ମୋହିନୀ ମୋହନ ମହାପାତ୍ର, ଅଶୋକ କୁମାର ଦାସ, ସପନ କୁମାର ଚାଟାର୍ଜୀ, ଅମୀୟ କୁମାର ମହାପାତ୍ର, ଗୋକୁଳାନନ୍ଦ ରାଉତ ଓ ରବି ନାରାୟଣ ମହାନ୍ତି ପ୍ରମୁଖ ଭାଗବତ ଗୋସାଇଁଙ୍କ ଉପରେ ଜଗ୍ନନ୍ନାଥ ଦାସଙ୍କ ବ୍ୟାପକତା ଓ କାବ୍ୟଭାଷାର ବିପୁଳତା ଉପରେ ଆଲୋକପାତ କରିଥିଲେ। କବି ଲକ୍ଷ୍ମୀଧର ପଣ୍ଡା, ଦୁର୍ଯ୍ୟୋଧନ ଖୁଣ୍ଟିଆ, ଜଟାଧାରୀ ଦାସ, ଭାବଗ୍ରାହୀ ଦାସ, ଗୋପାଳ ଚରଣ ମୁଖୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ବରିଷ୍ଠ ସଦସ୍ୟ ରଘୁନାଥ ସ୍ୱାଇଁ ଓ ଶ୍ରୀକାନ୍ତ ମହାପାତ୍ର ରାମେଶ୍ୱର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ମୁଖପତ୍ର ପାଇଁ ଅତିଥି ଓ ଲେଖା ସଂଗ୍ରହ ପାଇଁ ଯଥେଷ୍ଟ ଆଗରୁ ଚିନ୍ତା କରିବା ପାଇଁ ପରାମର୍ଶ ଦେଇଥିଲେ। ସଭାପତିଙ୍କ ଅଭିଭାଷଣ ପରେ ସଭ୍ୟ ଶ୍ରୀ ସପନ କୁମାର ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top