ରାମେଶ୍ୱର ସାହିତ୍ୟ ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ୧୯୮୨ ମସିହାରେ ୧୨ ଜଣ ପ୍ରତିଷ୍ଠିତ ଉତ୍ସାହୀ ସଭ୍ୟଙ୍କୁ ନେଇ ମାନବିକତାର ଅଭିବୃଦ୍ଧି ପାଇଁ ସାହିତ୍ୟ, ସଂସ୍କୃତିର ଯେଉଁ ବୀଜଟିଏ ବପନ ହୋଇଥିଲା, ତାହା ଆଜି କେବଳ ରାନ୍ଦିଆ ଅଂଚଳ ନୁହେଁ ସମଗ୍ର ଭଦ୍ରକକୁ ରୁଦ୍ଧିମନ୍ତ କରିବ ବୋଲି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ ପ୍ରାରମ୍ଭରେ ଏହାର ପ୍ରତିଷ୍ଠାତା ସଭ୍ୟ ଓ ପ୍ରଥମ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ସଭ୍ୟମାନଙ୍କ ମଧ୍ୟରେ ସ୍ୱରଚିତ କବିତା ପାଠ ପରେ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମାପନ ହୋଇଥିଲା। ଏହି ବୈଠକରେ ଆସନ୍ତା ୨୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ “ଭାଷା ଭିତ୍ତିକ ଓଡିଶା ରାଜ୍ୟ ଗଠନ : ଏକ ଦୃଷ୍ଟିପାତ” ଶୀର୍ଷକ ଆଲୋଚନା ଚକ୍ରରେ ପ୍ରଫେସର ଡ. ରାଇମୋହନ ମହାପାତ୍ର ଯୋଗଦେଇ ଆଲୋଚନା କରିବାର ନିଷ୍ପତ୍ତି ହୋଇ ତାହା ଗୃହୀତ ହୋଇଥିଲା। ଏହି ଆଲୋଚନାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ସଭ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିବା ସଂଗେ ସଂଗେ ସମସ୍ତ ସଭ୍ୟ ଯୋଗଦେଇ ତାହାକୁ ସଫଳ କରିବା ପାଇଁ ସଂସଦର ସଭାପତି, ସଂପାଦକ ଓ ଆବାହକ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *