ରାମେଶ୍ୱର ସାହିତ୍ୟ ସଂସଦର ଆଲୋଚନା ଚକ୍ର

ଭଦ୍ରକ,୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ରାମେଶ୍ୱର ସାହିତ୍ୟ ସଂସଦର ଆଲୋଚନା ଚକ୍ର ରାନ୍ଦିଆସ୍ଥ ରାମେଶ୍ୱର ମନ୍ଦିର ପରିସରରେ ରଂଗବଲ୍ଲଭ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ପ୍ରାରମ୍ଭରେ ଆବାହକ ପ୍ରମୋଦ କୁମାର ସ୍ୱାଇଁ ପ୍ରଥମେ ୰ ଅଟଳ ବିହାରୀ ବାଜପେୟୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନୀରବ ପ୍ରାର୍ଥନା ପାଇଁ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ । ଡ. ବଳରାମ ମିଶ୍ର ପୂର୍ବ ଆଲୋଚନା ଚକ୍ରର ବିବରଣୀ ପାଠ କରିଥିଲେ ।  ଆଲୋଚନା ଚକ୍ରର ସଭାପତି ଶ୍ରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ଅଟଳ : ଏକ ଅମ୍ଳାନ ପ୍ରତିଭା’ ଶୀର୍ଷକ ଆଲୋଚନାରେ ସ୍ଥାୟୀ ସଭାପତି ଚିତ୍ତରଂଜନ ବରାଳ ୰ ବାଜପେୟୀଙ୍କ ଜାତୀୟତା, ଲୋକତନ୍ତ୍ର ଓ କବି ପ୍ରତ୍ୟୟ ଉପରେ ଆଲୋକପାତ କରିଥିଳେ । ପ୍ରକାଶ ଚନ୍ଦ୍ର ମହାପାତ୍ର, ଭାବଗ୍ରାହୀ ଦାସ, ଶ୍ରୀକାନ୍ତ ମହାପାତ୍ର, ଗୋକୁଳାନନ୍ଦ ରାଉତ, ବାଙ୍କନିଧି ସେଣ୍ଢ ପ୍ରମୁଖ ସଭ୍ୟମାନେ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଚକ୍ରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ ‘ଜଗନ୍ନାଥ ସଂସ୍କୃତି’ ଉପରେ ପ୍ରବନ୍ଧ ପାଠ କରିବା ସହ ଜଗନ୍ନାଥ ଧର୍ମର ବ୍ୟାପକତା ଉପରେ ଆଲୋକପାତ କରିଥିଲେ । ଆଲୋଚନାରେ ରଘୁନାଥ ସ୍ୱାଇଁ, ଗୋପାଳ ଚରଣ ମୁଖୀ, ପଣ୍ଡିତ ରତ୍ନାକର ମିଶ୍ର, ବିଜୟ କୁମାର ସାମଲ, ରାମଚନ୍ଦ୍ର ପଣ୍ଡା, ଦୁର୍ଯେ୍ୟାଧନ ଖୁଣ୍ଟିଆ, ଶିକ୍ଷାବିତ୍ ରବିନାରାୟଣ ମହାନ୍ତି, ରମାକାନ୍ତ ପାଣିଗ୍ରାହୀ  ପ୍ରମୁଖ ବିଶିଷ୍ଟ ସଭ୍ୟ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀଙ୍କୁ ଜଗନ୍ନାଥ ଦର୍ଶନର ବିଭିନ୍ନ ଦିଗ ଉପରେ ଜାଣିବା ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଐତିହାସିକ ଡ. ରାଇମୋହନ ମହାପାତ୍ର ଇତିହାସକୁ ଆଧାର କରି ଆଲୋଚନା କଲେ ଆଲୋଚନା ବୈଜ୍ଞାନିକ ହେବବୋଲି ମତପୋଷଣ କରିଥିଲେ । ଦୁଃଶାସନ ଗାହାଣ, ମୋହିନୀ ମୋହନ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ବାରିକ, ଅମୀୟ ମହାପାତ୍ର, ସପନ କୁମାର ଚାଟାର୍ଜୀ ଓ  ବିଜୟ ସାମଲ ପ୍ରମୁଖ ଜଗନ୍ନାଥ ସଂସ୍କୃତି ଉପରେ ଲିଖିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଗଂଗାଧର ରାଉଳ, କୃଷ୍ଣଚନ୍ଦ୍ର ରାଉ, ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ସଭ୍ୟମାନଙ୍କ ମଧ୍ୟରେ ପାରମ୍ପରିକ ରୀତିରେ ରାଖିବାନ୍ଧି  ଶୁଭକାମନା କରିଥିଲେ  । ପଣ୍ଡିତ ରତ୍ନାକର ମିଶ୍ର ଶ୍ଳୋକ ଆବୃତି କରିଥିବାବେଳେ ସଂସଦର ଉପଦେଷ୍ଟା ଶ୍ରୀନିବାସ ମହାପାତ୍ର, ପ୍ରଭାକର ମହାପାତ୍ର, ଦୁର୍ଯେ୍ୟାଧନ ଖୁଣ୍ଟିଆ ସଂସଦର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଗୋକୁଳାନନ୍ଦ ରାଉତ, ହରିହର ଜେନା, ଗଂଗାଧର ରାଉଳ ସଭା ପରିଚାଳନାରେ ସହଯୋଗ କରିଥିଲେ । ସଭାପତି ଶ୍ରୀ ଜେନାଙ୍କ ଅଭିଭାଷଣ ପରେ କୋଷାଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *