ରାମସା ଟଙ୍କାରେ ମଉଜ: ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରୁଛି ଦୁର୍ନୀତିର ଗନ୍ଧ – ୨ବର୍ଷ ୩ ମାସର ଭିତିରି କଥା

ରାୟଗଡା, ୭।୫ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ଅଡିଟ ରିପୋର୍ଟ ପରେ ଜିଲା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଭିତିରି କଥା ଖୋଲିବାକୁ ଲାଗିଛି। ପୂର୍ବତନ ତଥା ଅବସରପ୍ରାପ୍ତ ରାୟଗଡା ଜିଲା ଶିକ୍ଷାଧିକାରୀ ପ୍ରେମାନନ୍ଦ ରାଉତଙ୍କ ଅବସ୍ଥାନା କାଳରେ ୨୦୧୫ରୁ ୨୦୧୭ ମସିହା ୨ବର୍ଷ ୩ମାସ ମଧ୍ୟରେ ରାମସା ଟଙ୍କାରେ ମଉଜ କରିଥିବା ଭଳି ବ୍ୟାପକ ଅନିୟମିତତା ଓ ଦୁର୍ନିତିର ଗନ୍ଧ ବାହାରୁଛି। ତେବେ ସମସ୍ତ ଦୁର୍ନିତୀ ପରେ ଆତ୍ମସାତ ହୋଇଥିବା ଟଙ୍କାର ସୁଧମୂଳ ସହ ଆଦାୟ କରିବା ଓ ଅନିୟମିତତାକୁ ମାର୍ଜନା କରିବାପାଇଁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଚିଠି ଆସିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି।

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ ପରେ ପ୍ରେମାନନ୍ଦ ରାଉତ ୫ବର୍ଷ ଧରି ନିଜ କାର୍ଯ୍ୟ ତୁଲାଇ ଆସୁଥିଲେ। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି। ନିଜ ଅବସ୍ଥିତି କାଳରେ ଗସ୍ତପାଇଁ ଡିଜେଲ ଖର୍ଚ୍ଚଠାରୁ ଆରମ୍ଭ କରି ମୋବାଇଲ ଫୋନ ରିଚାର୍ଜ ଖର୍ଚ୍ଚ ପର୍ଯ୍ୟନ୍ତ କୌଣସି ରସିଦ ନଥାଇ ସରକାରୀ ଟଙ୍କା ଉଠାଇ ନେଇଯାଇଥିବା ଅଡିଟ ରିପୋର୍ଟରୁ ଜଣାପଡିଛି। ସେହପରି ଟେଣ୍ଡର ନଥାଇ ବିଜ୍ଞାନ ଉପକରଣ କିଣିବା, ଛାତ୍ରୀଙ୍କ ପାଇଁ ସାଇକଲ ପ୍ରଦାନର ଅନିୟମିତତା, ଛାତ୍ର ପ୍ରତ୍ସାହନ ରାଶି ଦେବାରେ ବ୍ୟାପକ ଅବହେଳା, ବିନା ବିଜ୍ଞପ୍ତିରେ ୧୭ଲକ୍ଷ ୮୬ହଜାର ଟଙ୍କାର ଲାଇବ୍ରେରୀ ବହି ଖରିଦ କରିବା, ୧୩ଟି କ୍ୟାସବୁକ ଦ୍ୱାରା ବିଭିନ୍ନ ଖର୍ଚ୍ଚ ପରିଚାଳନା କରାଯାଇଥିବା ଭଳି ବ୍ୟାପକ ଅନିୟମିତତା ଅଡିଟ ପରେ ରିପୋର୍ଟ ଆସି କାର୍ଯ୍ୟାଳୟରେ ପହଞ୍ଚିଛି। ଆଇନକୁ ଖିଲାପ କରି ନିଆଯାଇଥିବା ମୂଳଟଙ୍କା ସହ ସୁଧ ମିଶାଇ ଆଦାୟ କରିବାକୁ ନିର୍ଦ୍ଦେଶ ରହିଥିବା ଦେଖିବାକୁ ମିଳିଛି।

ବରିଷ୍ଟ ଅଡିଟ ଅଫିସର ସମିର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ରୋହିତ କାୱା, ସତ୍ୟେନ୍ଦ୍ର କୁମାର ଏବଂ ଅଶୋକ କୁମାର ସ୍ୱାଇଁ ୨୦୧୫ ଅଗଷ୍ଟ ମାସରୁ ୨୦୧୭ ନଭେମ୍ବର ମାସ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଯୋଜନା ଓ କାର୍ଯ୍ୟାବଳୀ ସମ୍ପର୍କରେ ଜାଞ୍ଚ କରିଥିଲେ। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଅଡିଟ ରିପୋର୍ଟ ପ୍ରକାରେ ଚଳମାନତା ଅଗ୍ରୀମ ଟଙ୍କା ନେବା ଓ ଖର୍ଚ୍ଚ କରିବାରେ ୯୦ହଜାର ଟଙ୍କାର ହେରଫେର ହୋଇଛି। ରାମସାର ଆର୍ଥିକ ପରିଚାଳନା ଓ ଖରିଦାରୀ ନିୟମ ଅନୁଯାଇ ମୁଖ୍ୟତଃ ୬ଟି କିସମର ଖର୍ଚ୍ଚପାଇଁ ଅଗ୍ରୀମରୂପେ ଟଙ୍କା ଉଠାଯାଇପାରିବ। ଆଉ ଏହି ଟଙ୍କା ମାତ୍ର ୧ମାସ ପର୍ଯ୍ୟନ୍ତ ନିକଟରେ ରଖାଯାଇପାରିବ। ଯଦି ଏହାର ଖିଲାପ ହୁଏ ତେବେ ଟଙ୍କାର ସୁଧସହ ଭରଣା କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଡିଇଓ ପ୍ରେମାନନ୍ଦ ରାଉତ ନିଜ କାର୍ଯ୍ୟାଳୟର ଏସ. ଲକ୍ଷ୍ମିନାରାୟଣ, ପ୍ରଭାକର ସାହୁ ଓ ଦିଲିପ କୁମାର ହୋତାଙ୍କ ନାମରେ ୧୩ଟି ପର୍ଯ୍ୟାୟରେ୧ ଲକ୍ଷ ୮୨ହଜାର ଟଙ୍କା ମୋବିଲିଟି ଖର୍ଚ୍ଚପାଇଁ ଅଗ୍ରୀମ ଉଠାଇଥିବାବେଳ ମାତ୍ର ୯୨ହଜାର ଟଙ୍କା ଏହି ଖର୍ଚ୍ଚ ବାବଦକୁ ହିସାବ ରହିଛି। ୧୩ରୁ ୪୭ମାସ ଧରି ବଳକା ୯୦ ହଜାର ଟଙ୍କାର କୌଣସି ରସିଦ ନଥିବାବେଳେ ଏହାର ଅପବ୍ୟବହାର ହୋଇଥିବା ରିପୋର୍ଟ କହୁଛି। ସମ୍ପୃକ୍ତ ଟଙ୍କାର ସୁଧ ସହ ଆଦାୟ କରିବାକୁ ଅଡିଟ ନିଜ ରିପୋର୍ଟରେ ଦର୍ଶାଇଛନ୍ତି। ସେ ମୋବାଇଲ ଖର୍ଚ୍ଚକୁ ମଧ୍ୟ ଛାଡିନାହାନ୍ତି। ମୋବାଇଲ ରିଚାର୍ଜ ବାବଦକୁ ଅବସର ନେଇଥିବା ଡିଇଓ ପ୍ରେମାନନ୍ଦ ରାଉତଙ୍କ ଠାରୁ ୧୪ହଜାର ଟଙ୍କା ସୁଧସହ ଆଦାୟ କରିବାପାଇଁ ଜିଲା ଶିକ୍ଷାଧିଶଙ୍କୁ ରିପୋର୍ଟ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ଡିଇଓ ନିଜ କାର୍ଯ୍ୟକାଳର ୩ବର୍ଷ ମଧ୍ୟରେ ୪୮ହଜାର ଟଙ୍କା ମୋବାଇଲ ଖର୍ଚ୍ଚ ବାବଦକୁ ନେଇଥିଲେ। ସମସ୍ତ ଟଙ୍କାକୁ ୨୦୧୬ମସିହା ଡିସେମ୍ବର ୨୯ତାରିଖରେ ନିଜ ଜମା ଖାତାକୁ ନେଇଯାଇଥିଲେ। ତେବେ ୮୪ହଜାର ଟଙ୍କା ବାବଦକୁ ମାତ୍ର ୩୪ହଜାର ଟଙ୍କାର ରସିଦ ଦେଇଥିବାବେଳେ ବାକି ଟଙ୍କାର କୌଣସି ସୂଚନା ନଥିବା ଉପଲବ୍ଧ କରିବାପର ସୁଧସହ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ତାଙ୍କ କାର୍ଯ୍ୟକଳ ଅବଧିରେ ବିଜ୍ଞାନ ସରଞ୍ଚାମ ଓ ତତସଂଲଗ୍ନ ଆସବାବ ପତ୍ର ଖରିଦ କରିବାପାଇଁ ୪୧ଲକ୍ଷ ୧୮ହଜାର ଟଙ୍କା ଅନୁମୋଦିତ ହୋଇଥିଲା। ତେବେ ଜିଲାର ୧୧ଟି ହାଇସ୍କୁଲ ଓ ଉନ୍ନୀତ ହାଇସ୍କୁଲକୁ ଏହି ଉପକରଣ ଦିଆଯାଇଥିବାବେଳେ ସେଠାକାର ପ୍ରଧାନଶିକ୍ଷକ ମାନେ ଓଡିଶା ସରକାରଙ୍କ ବିତ୍ତୀୟ ବିଭାଗର ଟେଣ୍ଡର ନିର୍ଦ୍ଦେଶକୁ ଉଲଙ୍ଘନ କରିଥିବା ରିପୋର୍ଟରେ ଲେଖାଯାଇଛି। ସ୍କୁଲ ପକ୍ଷରୁ କୌଣସି କୋଟେସନର ଆହ୍ୱାନ ଦିଆଯାଇନଥିଲା କି ସୂଚନା ମାଧ୍ୟମରେ କୋଟେସନର ମଗାଯାଇନଥିବା ଅଡିଟବେଳେ ନଜରକୁ ଆସିଥିବା ଜଣାପଡିଛି। ୫ଲକ୍ଷ ଟଙ୍କାରୁ ଅଧିକା ମୂଲ୍ୟର ସାମଗ୍ରୀ ପାଇଁ ଖୋଲା ଟେଣ୍ଡର ଆହ୍ୱାନ, ସମାକ୍ରୟବେଳେ ସ୍ୱଚ୍ଛତା ଅବଲମ୍ବନ ଭଳି ମୁଖ୍ୟତଃ ୯ଟି ପଦ୍ଧତି ଉପରେ ଧ୍ୟାନ ଦେବାର ରହିଥିଲା। କିନ୍ତୁ ୧୧ଟି ସ୍କୁଲରେ ଏହାର ପାଳନ କରାଯାଇନାହିଁ। ତଥାପି ଟଙ୍କା ପଇଠ କରାଯାଇଥିବା ନଥିପତ୍ରରୁ ପରିଲିଖିତ ହୋଇଥିବାବେଳେ ଡିଇଓ ରାଉତ ଏଥିପ୍ରତି ଧ୍‌ୟାନ ଦେଇନଥିବା ରିପୋର୍ଟରେ ଉଲେଖ ରହିଛି। ସେହିପରି ତତ୍କାଳୀନ ଜିଲା ଶିକ୍ଷାଧିକାରୀ ପ୍ରେମାନନ୍ଦ ରାଉତଙ୍କ ଅମଳରେ ଏସଏମଡିସି ତାଲିମ ପାଇଁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୩ ଲକ୍ଷ ୧୮ ହଜାର ଟଙ୍କା ଗୁଣପୁର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଶାଙ୍କ ପ୍ରସାଦ ଦାସଙ୍କୁ ୨୦ ଅପ୍ରେଲ ୨୦୧୫ ମସିହାରେ ଦିଆଯାଇଥିଲା। ତେବେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ନିକଟରେ କୌଣସି ନିର୍ଦ୍ଦେଶ ନଥାଇ ରାମନାଗୁଡା ସରକାରୀ ହାଇସ୍କୁଲ ଏବଂ ବିଏନ ହାଇସ୍କୁଲର ଜମାଖାତାକୁ ୭୪ ହଜାର ୧୬୮ ଟଙ୍କା ସେହିପରି ପଦ୍ମପୁର ଓ ଗୁଡାରୀ ହାଇସ୍କୁଲର ଜମାଖାତାକୁ ୫୫ହଜାର ୬୨୬ଟଙ୍କା ଲୋଖାଏଁ ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଦିଆଯାଇଥିଲା। ବାକି ୭୧ହଜାର ୫୯୮ଟଙ୍କା ନିଜ ସ୍କୁଲ ଗୁଣପୁର ସରକାରୀ ହାଇସ୍କୁଲରେ ଏସଏମଡିସି ତାଲିମ ପରିଚାଳନା ପାଇଁ ରଖିଥିଲେ। ଏହି ଟଙ୍କାର ଖର୍ଚ୍ଚ ବାବଦରେ କୌଣସି ସୂଚନା ବା ରସିଦ କାର୍ଯ୍ୟାଳୟରେ ଉପସ୍ଥାପନା କରାଯାଇନାହିଁ। ତେଣୁ ଏହି ସରକାରୀ ଟଙ୍କାସହ ସୁଧ ରାମନାଗୁଡା, ବିଏନ ହାଇସ୍କୁଲ, ପଦ୍ମପୁର ଓ ଗୁଡାରୀ ହାଇସ୍କୁଲର ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଠାରୁ ଆଦୟ କରିବାକୁ ନିର୍ଦ୍ଦେଶ ଦେବାସହ ଗୁଣପୁର ହାଇସ୍କୁଲର ସହକାରୀ ଶିକ୍ଷକ ସଶାଙ୍କ ପ୍ରସାଦ ଦାସଙ୍କ ଠାରୁ ଆଦାୟ କରିବାକୁ ରିପୋର୍ଟରେ ଉଲେଖ ରହିଛି। ଅପରପକ୍ଷରେ ବିଭାଗର ମୁଖ୍ୟ ହିସାବର ଦାୟୀତ୍ୱ ନିର୍ବାହ କରିନାପାରି ୧୦୬ଜଣ ଛାତ୍ରୀ ସାଇକଲ ପାଇବାରୁ ବଞ୍ଚିତ ହୋଇଥିବା ରିପୋର୍ଟରେ ଉଲେଖ ରହିଛି। ଛାତ୍ରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଠିକ ନଥିବାବେଳେ ତଦରଖ ଅଭାବରୁ ସେମାନେ ଗୋଟିଏ ଯୋଜନାରୁ ବଞ୍ଚିତ ହୋଇଥିବା ଜଣପଡିଛି। ୧୭ଲକ୍ଷ ୮୬ହଜାର ଟଙ୍କାର ଲାଇବ୍ରେରୀ ବହିପତ୍ର କିଣିବାରେ ମଧ୍ୟ ଅନିୟମିତତା ହୋଇଥିବା ରିପୋର୍ଟରୁ ଜଣାପଡିଛି। ଟେଣ୍ଟର ପ୍ରକ୍ରୀୟାକୁ ଖାତିର ନକରି କିଣାଯାଇଥିବା ବେଳ ଏଥିରେ ବ୍ୟାପକ ଚଞ୍ଚକତା ହୋଇଥିବା ଅନୁମାନ କରଯାଉଛି। ସେହିପରି ଡିଇଓ ପ୍ରେମାନନ୍ଦ ରାଉତ ତାଙ୍କ ସମୟରେ ପିଲାଙ୍କ ଶିକ୍ଷା ପ୍ରତ୍ତସାହନ ଟଙ୍କା ଦେବାରେ କାର୍ଯ୍ୟାଳୟ ପକ୍ଷରୁ ଅବହେଳା କରିଛନ୍ତି। ୨୦୧୪ ମସିହାରୁ ଛାତ୍ରୀଛାତ୍ର ମାନେ ଏନଆରଟିଏସ ବାବଦରେ ଆସିଥିବା ୨୩ଲକ୍ଷ ୪୨ହଜାର ଟଙ୍କାଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଟଙ୍କା ଛାତ୍ରୀଛାତ୍ର ମାନଙ୍କୁ ଅତିଶୀଘ୍ର ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଏହି ରିପୋର୍ଟରେ ଡିଇଓଙ୍କ ଉଦେ୍ଦ୍ୟଶରେ ଲୋଖାଯାଇଛି। କାର୍ଯ୍ୟାଳୟରେ ନିଜକୃତ୍ତ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ତଥା ସରକାରୀ ଅର୍ଥ ବାଟମାରଣା ସମ୍ପର୍କରେ ରାମସା ବିଭାଗର ଏହି ୧ମାସ ୧୦ଦିନର ଅଡିଟପରେ ଆକାଉଣ୍ଟସ ଜେନେରାଲଙ୍କ କାର୍ଯ୍ୟାଳୟରୁ ଚିଠି ନମ୍ବର ୫୮୩/ ୨୦୧୭-୧୮ ପ୍ରକାରେ ରାୟଗଡା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ସୂଚନା ଅଧିକାର ଆଇନା ବଳରେ ମିଳିଥିବା ରିପୋର୍ଟରୁ ଜଣାପଡିଛି। ତେବେ ଏସମ୍ପର୍କରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରେ ଅଡିଟ ରିପୋର୍ଟ ପାଇବାପରେ ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ପ୍ରକାରେ ସୋମନଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *