ରାମଲୀଳା ସାଂସ୍କୃତିକ କେନ୍ଦ୍ର ଉଦଘାଟିତ

ବୌଦ୍ଧ,୨୬ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପବିତ୍ର ରାମନବମୀ ତଥା ରାମଲୀଳା ଯାତ୍ରାର ଶୁଭାରମ୍ଭ ଅବସରରେ ଯାତ୍ରା ପଡିଆଠାରେ ଏକ ରାମଲୀଳା ସାଂସ୍କୃତିକ କେନ୍ଦ୍ରକୁ ବାଚସ୍ପତି ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ଯାତ୍ରା ସମୟରେ କଳାକାରମାନଙ୍କ ଅଭ୍ୟାସ ଗୃହ ସହିତ ବେଶଭୁସା ଓ ପୋଷାକ ପରିବର୍ତନ କାର୍ଯ୍ୟରେ ବ୍ୟବହୃତ ହେବା ସହିତ ଅନ୍ୟ ସମୟରେ ସ୍ଥାନୀୟ ଲୋକଙ୍କ ଉତ୍ସବ ଆଦି କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଓ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତୁ୍ୟଂଜୟ ମିଶ୍ର,ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ,ପର୍ବତନ ନଗରପାଳ ନିବାସ ଚନ୍ଦ୍ର ଦାନୀଙ୍କ ସମେତ ରାମଲୀଳା ଯାତ୍ରାର କର୍ମକର୍ତ୍ତା ଓ କଳାକାରମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *