ରାମବିଲାସ ପାସୱାନଙ୍କୁ ମନାଇବା ପାଇଁ ପହଁଚିଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବ

ବିହାର ଏବଂ ଉତ୍ତର ପ୍ରଦେଶ ଉପନିର୍ବାଚନ ପରେ ବିଜେପିର ପ୍ରାର୍ଥୀଙ୍କର ହାର ପରେ ଏବଂ ଟିଡିପିର ଏନଡିଏରୁ ବାହର ହେବା ପରେ ରାମବିଳାସ ପାସୱାନ ଏବଂ ଚିରାଗ ପାସୱାନ ଏନଡିଏରେ ସାଥୀ ଦଳ ସହିତ ଭେଦଭାବକୁ ନେଇକରି ପ୍ରଶ୍ନ ଉଠାଇଥିଲେ।

ମୁଖ୍ୟ କଥା:

ପାସୱାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବ ସାକ୍ଷାତ କରିଛନ୍ତି
ଏନଡିଏରେ ସାଥୀ ଦଳଗୁଡ଼ିକ ସାଥିରେ ଭେଦଭାବକୁ ନେଇକରି କରିଥିଲେ ପ୍ରଶ୍ନ
ଏହା ପୂର୍ବରୁ ସେ କହିଥିଲେ କି ଆମେ ସମସ୍ତ ବର୍ଗଙ୍କୁ ସାଥିରେ ନେଇକରି ଚାଲିବାକୁ ପଡ଼ିବ

ବିହାର ୨୦-୩ (ଓଡ଼ିଆ ପୁଅ): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାରତୀୟ ଜନତା ପାର୍ଟି ମହା ସଚିବ ଭୂପେନ୍ଦ୍ର ଯାଦବ, କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନଙ୍କ ସାକ୍ଷାତକରିଛନ୍ତି। ବିହାର ଏବଂ ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କର ହାର ପରେ ଏବଂ ଟିଡିପିର ଏନଡିଏ ରୁ ବାହର ହେବା ପରେ ରାମବିଲାସ ପାସୱାନ ଏବଂ ଚିରାଗ ପାସୱାନ ଏନଡିଏରେ ସାଥୀ ଦଳଗୁଡ଼ି ସହିତ ଭେଦଭାବକୁ ନେଇକରି ପ୍ରଶ୍ନ କରିଥିଲେ। ତା’ ପରେ ଆଜି କେନ୍ଦ୍ର ପେଟ୍ରୋଲିଯମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ମହାସଚିବ ଏବଂ ବିହାର ବିଜେପିର ଇନ୍ଚାର୍ଜ ଭୂପେନ୍ଦ୍ର ଯାଦବ ରାମବିଲାସ ପାସବାନଙ୍କୁ ସାକ୍ଷାତକରି ଅସନ୍ତୋଷକୁ ଦୂର କରିଥିବା ଜଣାପଡ଼ିଛି ଏବଂ ଭରସା ଦେଇଛନ୍ତିଯେ, ଏନଡିଏର ବୈଠକ ରେ ସମସ୍ତ ସାଥୀ ଦଳଗୁଡ଼ିଙ୍କର କଥା ଶୁଣାଯିବ ଏବଂ ତାଙ୍କ ସମସ୍ୟାଗୁଡ଼ିକ ନିବାରଣ କରିବାରେ ମଧ୍ୟ ସାହାଯ୍ୟ କରିବ ବିଜେପି ଏବଂ ସରକାରୀ ସ୍ତରରେ ଯାହା କରାଯାଇପାରିବ ତାହା କରାଯିବ।

ଏହା ପୂର୍ବରୁ ପାଟନାରେ ଶନିବାରଦିନ ସାମ୍ବାଦିକମାନଙ୍କ ସହ ଚର୍ଚ୍ଚା କରି ପାସୱାନ କହିଥିଲେ କି ଉତ୍ତର ପ୍ରଦେଶ ଏବଂ ବିହାରରେ ଉପନିର୍ବାଚନରେ ମିଳିଥିବା ପରାଜୟରେ ଏନଡ଼ିଏକୁ ବଡ଼ କ୍ଷତି ହୋଇଛି। ସେ କହିଥିଲେ ଆମର ନାରା ହେଉଛି ‘ସବକା ସାଥ-ସବକା ବିକାସ’, ଏଥିରେ ଆମକୁ ସମସ୍ତ ବର୍ଗଙ୍କୁ ସାଥିରେ ନେଇକରି ଚାଲିବାକୁ ହେବ। ସେ କହିଲେ କି ବିହାର ଉପନିର୍ବାଚନରେ ‘ସିମ୍ପାଥି ଭୋଟ’ ର କାରଣରୁ ହିଁ ଆମର ପରାଜୟ ହୋଇଛି। ବିହାରର ଅରରିଆରେ ହାର ହେବ ଏହା ପୂର୍ବରୁ ତାଙ୍କୁ ଜଣାଥିଲା।

ସେ ଏନ୍ଡ଼ିଏ ରେ ରହିବେ କି ନାହିଁ ? ଏହି ପ୍ରଶ୍ନର ଉତ୍ତରରେ କହିଥିଲେ କି, “ଯାହାକୁ ଯିବାକୁ ଅଛି, ସେ ଯାଉଛନ୍ତି। ଆମେ ଏନ୍ଡ଼ିଏରେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ.” ସୂଚନାଯୋଗ୍ୟଯେ, ରାମବିଲାସ ପାସୱାନଙ୍କର ପୁଅ ଏବଂ ଜମୁଈର ସାଂସଦ ଚିରାଗ ପାସୱାନ ମଧ୍ୟ ଶୁକ୍ରବାରଦିନ ଉପନିର୍ବାଚନରେ ଏନଡ଼ିଏର ହାର ଚିନ୍ତାର ବିଷୟ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *