ଜିଲ୍ଲା ପରିକ୍ରମା

ରାମପୁର ପଞ୍ଚାୟତ ପକ୍ଷରୁ ବୌଦ୍ଧିକ ସ୍ୱାସ୍ଥ୍ୟ ଶିବିର

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଭଦ୍ରକ ବ୍ଲକ୍ କପାଳି ଷ୍ଟେସନ୍ ନିକଟସ୍ଥ ରାମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଞ୍ଚ ଶଶିକଳା ବେହୁରିଆ, ଯୁବନେତା ମାଳିରାମ ବେହୁରିଆ, ମୁଖ୍ୟ ଆୟୋଜକ ଗୋପବନ୍ଧୁ ମିଶ୍ର, ବସନ୍ତ କୁମାର ରାଉତଙ୍କ ନେତୃତ୍ୱରେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏକ ବୌଦ୍ଧିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଏହି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତର ବହୁ ଗରିବ ରୋଗୀ ମାଗଣା ଚିକିତ୍ସା ସହାୟତା ପାଇଛନ୍ତି। ଡ଼ାକ୍ତର ଚିରଂଜିତ୍ ମିଶ୍ର, ଡ଼ାକ୍ତର ଅସିତ୍ କୁମାର ଭୋଇ ଓ ଡ଼ାକ୍ତର ଦେବାଶିଷ ପଟ୍ଟନାୟକ ପକ୍ଷାଘାତ, ଅଣ୍ଟା, ଆଣ୍ଠୁ, ପାଦ ମେରୁଦଣ୍ଡ, କପାଳ, ସ୍ନାୟୁ ଜନିତ ଫିଜିଓଥୋରାପି, ଅର୍ଥପେଡ଼ିକ୍ ଜନିତ ଚିକିତ୍ସା କରିବା ସହ ଦୈନନ୍ଦିନ ଜୀବନ ଶୈଳୀର ଘରୋଇ ଉପଚାର ଜନିତ ବ୍ୟାୟାମ ସମ୍ବନ୍ଧୀୟ ଚିକିତ୍ସା ଉପରେ ଅବଗତ କରାଇଥିଲେ। ଶରତ ଚନ୍ଦ୍ର ଜେନା, ଅମୁଲ୍ୟ ବେହୁରିଆ, ଭାସ୍କର ପଣ୍ଡା, ଆଶାକର୍ମୀ ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଗ୍ରାମବାସୀମାନେ ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top