ରାମନଗରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି

ଭଦ୍ରକ, ୨ା୧୦ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଖଣ୍ଡତଡାସ୍ଥିତ ରାମନଗର ଗ୍ରାମରେ ଦିନକୁ ଦିନ ଡେଙ୍ଗୁରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ରାମନଗର ଏବଂ ଆଖପାଖ ଅଂଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ହେଲେ ଦୁଃଖର ବିଷୟ ଯେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ସେଥିପାଇଁ ଏହି ଅଂଚଳବାସୀଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଏବଂ ଏ ଅଂଚଳବାସୀ କେମିତି ଏ ଡେଙ୍ଗୁରୋଗ ଦାଉରୁ ମୁକ୍ତି ପାଇବେ, ସେଥିପାଇଁ ଏଠାକାର ସଚେତନ ନାଗରିକଙ୍କ ସମେତ ଯୁବ ସମାଜସେବୀ ସାର୍ଥକ ପରିଡା ଜିଲା ପ୍ରଶାସନ ନିକଟରେ ଏଥିନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *