କଳାହାଣ୍ଡି

ରାମଦାସ ମାର୍ଗ ବନାମ ଶିବପଟ୍ଟନାୟକ ମାର୍ଗ: ରାସ୍ତା ନାମକରଣକୁ ନେଇ ଭବାନୀପାଟଣା ପୌର କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି ୨୮-୭ -(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ରାସ୍ତା ନାମକରଣକୁ ନେଇ ରାଜନୀତି ଯୋର ଧରିଛି। ଭବାନୀପାଟଣା ପୌରପରିଷଦ ଅଧିନସ୍ଥ ୱାର୍ଡ ନଂ.୬ ରେ ଥିବା ବାହାଦୂରବଗିଚା ପଡା ମଧ୍ୟରେ ତେଲୁଗୁବାଙ୍ଗଟିପଡା ନାମକ ଏକ ସ୍ୱତନ୍ତ୍ର ପଡା ରହିଛି। ଏହି ତେଲୁଗୁବାଙ୍ଗଟିପଡାର ରାସ୍ତାର ନାମକରଣ କୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ପୃଥକ ପୃଥକ ଦାବିପତ୍ର ଦିଆଯାଇଥିବା ଜଣାପଡିଛି। ଯୋରପଡା ଠାରୁ ତେଲୁଗୁବାଙ୍ଗଟିପଡା ମଧ୍ୟଦେଇ ଅର୍କାବାହାଲିପଡା ଯାଉଥିବା ରାସ୍ତାକୁ ଉକ୍ତ ପଡାର ବିଶିଷ୍ଟ ବ୍ୟବସାୟୀ ରାମଦାସଙ୍କ ନାମରେ ନାମିତ କରାଯିବା ପାଇଁ ପୌରପରିଷଦରେ ସ୍ୱତନ୍ତ୍ର ରେଜୁଲେସନ କରାଯିବା ସହିତ ତଦନୁସାରେ ରାମଦାସମାର୍ଗ ନାମକ ଏକ ସାଇନବୋର୍ଡ ମଧ୍ୟ ଦିଆଯାଇଥିଲା। ହେଲେ ଉକ୍ତ ବ୍ୟବସାୟୀଙ୍କର ତାଙ୍କ ପଡା ପ୍ରତି କୌଣସି ପ୍ରକାର ଅବଦାନ ନଥିବାର ଦର୍ଶାଇ ତେଲୁଗୁବାଙ୍ଗଟିପଡା ବାସୀ ଗତ ୨୬ ତାରିଖରେ ରାସ୍ତାର ରାମଦାସମାର୍ଗ ନାମକରଣକୁ ବିରୋଧ କରିବା ସହିତ ନାମଫଳକକୁ ହଟାଇବାକୁ ଆନ୍ଦୋଳନ ଓ ପୌର ପରିଷଦରେ ଦାବିପତ୍ର ପ୍ରଦାନ କରିଥିଲେ। ଗତ ଶୁକ୍ରବାର ଦିନ ରାମଦାସମାର୍ଗ ଗୋଷ୍ଠୀ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୌରପରିଷଦ ପକ୍ଷରୁ ଅନୁମୋଦିତ ହୋଇଥିବା ରାମଦାସମାର୍ଗ ନାମଫଳକକୁ ନହଟାଇବାକୁ ଦାବି କରିବା ସହିତ ଯଦିଓ ରାମଦାସମାର୍ଗ ନାମଫଳକ କୁ ହଟାଯିବ ତାହାହେଲେ ପୂର୍ବରୁ ନାମିତ ଶିବପଟ୍ଟନାୟକ ମାର୍ଗ ନାମଫଳକକୁ ମଧ୍ୟ ହଟାଇଦିଆଯାଉ ବୋଲି ଦାବି କରିଥିଲେ। ସୂଚନା ଯୋଗ୍େୟଯ, ମୁଖ୍ୟରାସ୍ତା ଠାରୁ ମନ୍ଦାରବଗିଚା ପଡାସ୍ଥ ତେଲୁଗୁବାଙ୍ଗଟିପଡା ଦେଇ ଯୋରପଡା ଯାଇଥିବା ରାସ୍ତା କୁ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶିବପଟ୍ଟନାୟକଙ୍କ ନାମରେ ନାମିତ କରାଯାଇ ଶିବପଟ୍ଟନାୟକମାର୍ଗ ନାମରେ ପୌରପରିଷଦ ପକ୍ଷରୁ ଅନୁମୋଦିତ କରାଯାଇଥିଲା। ରାମଦାସମାର୍ଗ କୁ ହଟାଯିବା ପାଇଁ ଦାବି ହେବା ପରେ ବର୍ତମାନ ଶିବପଟ୍ଟନାୟକମାର୍ଗକୁ ହଟାଇଦିଆଯାଇ ସେହି ରାସ୍ତାକୁ ସର୍ଦ୍ଦାର ପଟେଲ ମାର୍ଗ ନାମରେ ନାମିତ କରାଯିବାକୁ ଦାବି ଯୋର ଧରିଛି। ଏଭଲି ଭାବେ ଭବାନୀପାଟଣା ସହରରେ ରାମ ଓ ଶିବ ନାମରେ ରାସ୍ତାର ନାମକରଣକୁ ନେଇ ଏଭଲିଭାବେ ଟଣାଓଟରା ଚାଲିଥିବା ବେଳେ ପୌର ପରିଷଦ ପକ୍ଷରୁ ଆଗାମୀ ସପ୍ତାହରେ ସ୍ୱତନ୍ତ୍ର ବୈଠକ ରେ ସେସଂପର୍କରେ ଆଲୋଚନା କରାଯାଇ ନିଷ୍ପତି କରାଯିବା ବୋଲି ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top