ରାମକୃଷ୍ଣ ମିଶନ ଜାତୀୟ ଯୁବ ଦିବସ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାମକୃଷ୍ଣ ମିଶନ ରାଷ୍ଟ୍ରିୟ ସଦଭାବନା ମଂଚ ପକ୍ଷରୁ ପାଳିତ ହୋଇଛି ଜାତୀୟ ଯୁବ ଦିବସ। ଏହି ଅବସରରେ ମିଶନ ନିକଟରୁ ସଦଭାବନା ଶୋଭାଯାତ୍ରା ବାହାରିଥିଲା। ଅତିରିକ୍ତ ଏସପି ଜଗନ୍ନାଥେ ପ୍ରଧାନ ଶୋଭାଯାତ୍ରାକୁ ଉଦଘାଟନ କରିଥିଲାବେଳେ ସଂହରାଚଂଳ ଉପଆରକ୍ଷୀ ଅଧ୍ୟକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ। ଏହି ପରିପେକ୍ଷୀରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତର ମାଲ୍ୟପଣ କରାଯାଇଥିଲା। ମିଶନ ନିକଟରୁ ଏହି ଶେଭା ଯାତ୍ରା ବାହାରି ମୋଚି ସାହି, ବଡଦାଣ୍ଡ ଭିଆଇପି ରୋଡ କଲେଜ ଛକ ନେଇ ପୁନଶ୍ଚ ଆଶ୍ରମ ନିକଟରେ ଶେଷ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଶୋଭା ଯାତ୍ରାରେ ଭାଗ ନେଇ ସହର ପରିକ୍ରମା କରିଥିଲେ। ମିାନର ଅଧ୍ୟକ୍ଷ ଦିବାକର ୍ତ୍ରୀପାଠୀ ସହ ସହସଂପାଦକ ସ୍ୱାମୀ ଯୋଗ ପୂର୍ଣ୍ଣାନନ୍ଦଙ୍କ ପ୍ରତ୍ୟକ୍ଷତତ୍ୱାବଧାନତାରେ ଶେଭାଯାତ୍ରା ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *