ରାମକୃଷ୍ଣ ଉଚ୍ଚବିଦ୍ୟାଳୟରେ ୧୧ଫୁଟ ଉଚ୍ଚତାର ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

ମାଲକାନଗିର, ୧୯ା୧ (ଓଡିଆ ପୁଅ / ଏସ.ଦାଶ ) ମାଲାକନଗିରି ବ୍ଲକସ୍ଥ ଗୌଡଗୁଡା ପଚାଂୟତ ଏମଭି ୯ ଗ୍ରାମରେ ଥିବା ରାମକୃଷ୍ଣ ଉଚ୍ଚବିଦ୍ୟାଳୟ ପରିସରରେ ୧୧ଫୁଟ ଉଚ୍ଚତା ବିଶିଷ୍ଟ ବିଦ୍ୟାଦାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରାଯାଇଛି। ବିଦ୍ୟାଳୟ ପରିସରରେ ମା’ ଶାରଳା ଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ଅବସରରେ ମା’ ବାଗଦେବୀ ସରସ୍ୱତୀଙ୍କ ବିରାଟକାୟ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ରାମକୃଷ୍ଣ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ ଯୋଗଦେଇ ସରସ୍ୱତୀଙ୍କ ପ୍ରତିମୂର୍ତ୍ତୀକୁ ଉଦଘାଟନ କରିଥିଲେ। ବିଜ୍ଞାନର ଅତ୍ୟାଧୁନିକତାରେ ବସବର୍ତି ହୋଇ ଆଧୁନିକ ଯୁଗର ପିଲାମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଭୁଲି ଯାଉଛନ୍ତି, ମୋବାଇଲ ପଛ ରେ ବାୟା ହୋଇ ପାଠକୁ ଭୁଲିଗଲେଣି, ଏମିତିକି ବିଦ୍ୟାଳୟରେ ପ୍ରାର୍ଥନା କରିବାକୁ ପଛାଉଛନ୍ତି। ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା କିପରି ଆସିବ ସେନେଇ ବିଦ୍ୟାଳୟର ଶିକ୍ଷକ ଓ ଗ୍ରାମବାସୀ ମାନଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ବିଗ୍ରହ ପ୍ରତିଷ୍ଠା କୁ ସ୍ୱାଗତ ଜଣାଇ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ବିଷୟ ବସ୍ତୁ ବୋଲି ଅତିଥିମାନେ କହିଥିଲେ। ପ୍ରତି ବର୍ଷ ବିଦ୍ୟାଳୟରେ ସରସ୍ୱତୀ ପୂଜା ପାଇଁ ମାଟିରେ ମୂର୍ତ୍ତି ନିର୍ମାଣ ହୋଇ ପୂଜାପରେ ତାହାକୁ ବିସର୍ଜନ କରିଦିଆଯାଇଥାଏ। ଏହି ସ୍ଥାୟୀ ବିଗ୍ରହ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ସରସ୍ୱତୀ ପୂଜା ବ୍ୟତିତ ଅନ୍ୟାନ୍ୟ ଦିନ ଗୁଡିକରେ ମା’ ବିଦ୍ୟାଧାତ୍ରୀଙ୍କ ବିଗ୍ରହ ନିକଟରେ ସରସ୍ୱତୀ ବନ୍ଦନା ଗାଇ ଶିକ୍ଷାଦାନ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ରତ୍ନାକର ପାଢୀ, ରଂଜନ କୁମାର ରାଉତ, ଲକ୍ଷ୍ମିକାନ୍ତ ପାଣିଗ୍ରାହୀ ସୁରେଶ ତ୍ରୀପାଠୀ, ସତ୍ୟଜିତ ନାୟକ, ପ୍ରଶାନ୍ତ କୁମାର ଜେନା, ସରୋଜ କୁମାର ପ୍ରଧାନ, ଆଶିଷ କୁମାର ସାହୁ, ସୁଜନ ସରକାର, ଜ୍ୟୋତ୍ସ୍ନାରାମି ସରଦାର, ସୁନିଲ ସିକଦାର ଙ୍କ ସହ ବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ, ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଆବିଭାବକ ମାନେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *