ଗଞ୍ଜାମ

ରାଫେଲ୍ ଦୁର୍ନୀତିର ତଦନ୍ତ ନେଇ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ବ୍ରହ୍ମପୁର ୧୬-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ରାଫେଲ୍ ଦୁର୍ନୀତିର ତଦନ୍ତ ଓ ଜିଲ୍ଲାର ସାମ୍ରଗିକ ବିକାଶ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଚଳିତ ମାସ ୧୮ରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଜିଲ୍ଲା କଂଗ୍ରେସ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଡା. ତ୍ରିନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ସମଗ୍ର ଜିଲ୍ଲାରୁ ବହୁ ଦଳୀୟ କର୍ମୀ ଯୋଗ ଦେଇ ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆରଡ଼ିସିଙ୍କ କାର୍ଯ୍ୟାଳୟ ଘେରାଉ କରିବେ। ସେଠାରେ ପ୍ରତିବାଦ ସଭା ସହ ସ୍କାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା, ଦୀପକ ପଟ୍ଟନାୟକ, ନଗର ସଭାପତି ପ୍ରମୋଦ କୁମାର ଜେନା, ସନ୍ତୋଷ ନାୟକ, ବିଜୟ ସାହୁଙ୍କ ସମେତ ବହୁ କର୍ମୀ ସାମିଲ୍ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top